ଭୁବନେଶ୍ୱର : ଓଡିଶା ଫେରିଲା ବାଘୁଣୀ ଜିନ୍ନତ । ଏନଟିସିଏ ଛାଟ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ବିଳମ୍ବିତ ରାତିରେ ଓଡିଶା ଫେରିଛି ଜିନ୍ନତ । ଓଡିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଘଞଉଇ। ଏ ନେଇଏନଟିସିଏ ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା। ଏଥିସହ ଏସଓପି ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏନଟିସିଏ । ଏହାପରେ ଗତ ରାତିରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ । ତେବେ ଶିମିଳିପାଳ ନିଆ ନ ଯାଇ କ’ଣ ପାଇଁ ଆଲିପୁର ନିଆଗଲା ବୋଲି ପଚାରି ବର୍ଷିଛନ୍ତି ଏନଟିସିଏ ।