28.1 C
Bhubaneswar
Sunday, September 8, 2024
Homeଓଡିଶାରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି : ମନମୋହନ ସାମଲ

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି : ମନମୋହନ ସାମଲ

 ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ
 ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
 ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି
 ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ

ଭୂବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶାରେ ରେଳବାଇ ବିକାଶ ବାଧାପ୍ରାପ୍ତ ହେଉଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ବର୍ତମାନ ସମସ୍ତ ବାଧାବିଘ୍ନକୁ ଦୂର କରାଯାଇ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ଦଶନ୍ଧି ଦଶନ୍ଧି ଧରି ବିଳମ୍ବିତ ହୋଇ ପଡି ରହିଥିବା ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଡବଲ ଇଂଜିନ ସରକାରରେ ରେଳପଥ ନିର୍ମାଣ କାମ ବାଧାପ୍ରାପ୍ତ ହେବ ନାହିଁ । ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ରେଳପଥ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ସ୍ୱାଧୀନତା ପରବର୍ତୀ ସମୟରେ ରେଳବାଇ କ୍ଷେତ୍ରରେ ଓଡିଶା ସର୍ବଦା ଅବହେଳିତ ହୋଇଆସୁଥିଲା । ମାତ୍ର ୨୦୧୪ ମସିହା ପରେ ରେଳ ବଜେଟରେ ପ୍ରତି ବର୍ଷ ଅନୁଦାନ ପରିମାଣ ବୃଦ୍ଧି ପାଇଚାଲିଛି । ଓଡିଶାର ରେଳ ବିକାଶ କ୍ଷେତ୍ରରେ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ଆଜି ୧୦,୫୮୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ ବ୍ୟୟବରାଦ ହୋଇଛି । ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତିକରଣ ହୋଇସାରିଛି । ଆଉ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯିବ । ୨୦୧୪ ପରବର୍ତୀ ସମୟରେ ଓଡିଶାରେ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଛି । ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସକାଶେ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଓ ରେଳମନ୍ତ୍ରୀଙ୍କ ପ୍ରଚେଷ୍ଟା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking