16.1 C
Bhubaneswar
Saturday, December 6, 2025
Homeଓଡିଶାଜଳବିଭାଜିକା କାର୍ଯ୍ୟକ୍ରମରେ ଅନୁମୋଦିତ ପାଣ୍ଠିର ୮୮% କୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିଛି ଓଡ଼ିଶା

ଜଳବିଭାଜିକା କାର୍ଯ୍ୟକ୍ରମରେ ଅନୁମୋଦିତ ପାଣ୍ଠିର ୮୮% କୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିଛି ଓଡ଼ିଶା

ଭୁବନେଶ୍ୱର: ଆଜି ମାନନୀୟ ଗ୍ରାମୀଣ ବିକାଶ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ପିଢ଼ିର ଜଳଛାୟା ବିକାଶ ପ୍ରକଳ୍ପ ଯଥା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା (WDC-PMKSY 2.0) ର ଜଳଛାୟା ବିକାଶ ଅଂଶ ଏବଂ ପିଏମ୍ ଆବାସ (PM-AWAS ) ଯୋଜନାର ସମୀକ୍ଷା କରିଥିଲେ। ମାନନୀୟ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ମଧ୍ୟ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ। ମାନନୀୟ ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶାର ସ୍ଥିତି ଓ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ସମନ୍ୱିତ ଜଳବିଭାଜିକା ପରିଚାଳନା ମାଧ୍ୟମରେ ବର୍ଷା ଉପରେ ନିର୍ଭର ତଥା ଅବକ୍ଷୟମୁଖୀ ଜମିର ଉତ୍ପାଦନ କ୍ଷମତାକୁ ଉନ୍ନତ କରିବା, ଜୀବିକା ନିର୍ବାହ ଏବଂ ଜଳବିଭାଜିକା ସ୍ଥାୟୀତ୍ୱକୁ ପ୍ରୋତ୍ସାହନ ଦେଇ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ ​​କରିବା ପାଇଁ, ପ୍ରଦାନ କରାଯାଇଥିବା ପାଣ୍ଠିର ୮୮ ପ୍ରତିଶତକୁ ପ୍ରଭାବଶାଳୀ ଭାବରେ ଓଡ଼ିଶା ବ୍ୟବହାର କରିଛି।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା ପାଇଁ ଆବଶ୍ୟକ କିଛି ନୀତିଗତ ସଂସ୍କାର ଯେପରିକି, ଜଳଛାୟା ବିକାଶ ପ୍ରକଳ୍ପ ଅଧୀନରେ ସମତଳ ଅଞ୍ଚଳରେ ପ୍ରତି ହେକ୍ଟର ୟୁନିଟ୍ ଖର୍ଚ୍ଚକୁ ୨୨,୦୦୦ ରୁ ୨୬,୦୦୦ କୁ ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଅଧୀନରେ ୨୮,୦୦୦ ରୁ ୩୫,୦୦୦ କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନା (ଆକାଂକ୍ଷୀ କୃଷି ଜିଲ୍ଲା କାର୍ଯ୍ୟକ୍ରମ) ଅଧୀନରେ ଓଡ଼ିଶାର ଚାରୋଟି ଜିଲ୍ଲା (ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଏବଂ ସୁନ୍ଦରଗଡ଼)କୁ ଅନ୍ତର୍ଭୁକ୍ତ କରିଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ କୃଷି ବିଭାଗ, ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିକାଶ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା ଏବଂ ଓଡ଼ିଶା ସରକାରଙ୍କ କୃଷି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking