29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ବାସସ୍ଥାନ: ମୋଦୀ

ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ବାସସ୍ଥାନ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଅଭିବାଦନ ଜଣାଇଥିଲେ। ସେ କହିଥିଲେ ଯେ ଚଳିତ ବର୍ଷ ସ୍ବଭାବ କବି ଗଙ୍ଗଧର ମେହେରଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଛି। ଏହା ସହିତ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେ ଭକ୍ତ ଦାଶିଆ ବାଉରୀ, ଭକ୍ତ ସାଲବେଗ ଏବଂ ଓଡିଆ ଭାଗବତର ଲେଖକ ଶ୍ରୀ ଜଗନ୍ନାଥ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ସର୍ବଦା ସନ୍ଥ ଓ ବିଦ୍ବାନମାନଙ୍କ ବାସସ୍ଥାନ ହୋଇ ରହିଛି। ସେ କହିଛନ୍ତି ଯେ ସାରଳା ମହାଭାରତ, ଓଡିଆ ଭାଗବତ ଭଳି ମହାନ ସାହିତ୍ୟକୁ ଲୋକଙ୍କ ଘରେଘରେ ପହଞ୍ଚାଇବା ସହ ସାଂସ୍କୃତିକ ସମୃଦ୍ଧତାକୁ ପୋଷଣ କରିବାରେ ସନ୍ଥ ଓ ବିଦ୍ବାନମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking