19.1 C
Bhubaneswar
Friday, February 6, 2026
Homeଓଡିଶାପାରାଦୀପ ଓ ଭଦ୍ରକର ଆଇଓସିଏଲ୍ ମେଗା ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱାରୋପ

ପାରାଦୀପ ଓ ଭଦ୍ରକର ଆଇଓସିଏଲ୍ ମେଗା ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡ଼ିଶାରେ ଔଦ୍ୟୋଗିକ ବିକାଶ ଓ ନିବେଶକୁ ତ୍ୱରାନ୍ବିତ କରିବା ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଖାରବେଳ ଭବନଠାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ ଭଦ୍ରକରେ ୟାର୍ନ ଉତ୍ପାଦନ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ଅର୍ଥାତ ଦେଶର ପୂର୍ବଭାଗରେ ଥିବା ରାଜ୍ୟ ଗୁଡିକର ପ୍ରଗତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଏହି ଦୁଇଟି ପ୍ରକଳ୍ପ ଦେଶ ତଥା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଏହି ପ୍ରକଳ୍ପ ଗୁଡିକୁ ନେଇ ଥିବା ଜମି ଅଧିଗ୍ରହଣ ସମସ୍ୟାଗୁଡିକୁ ଶୀଘ୍ର ସମାଧାନ କରାଯିବା ଦରକାର ତାସହ ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ସ୍ପଷ୍ଟ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ଅନୁମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉଚିତ। ପ୍ରକଳ୍ପଗୁଡିକର ଶୀଘ୍ର ଆରମ୍ଭ ଓ ଏହାର ସଫଳତା ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।“ଏହି ଦୁଇ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ଦେବେ । ଏହି ଦୁଇ ପ୍ରକଳ୍ପ ରାଜ୍ୟ ପାଇଁ ଆଖିଦୃଶିଆ ନିବେଶ ଆଣିବେ, ବ୍ୟବସାୟର ପରିଧି ବଢ଼ାଇବେ ଓ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବେ । ଏହାସହ ଓଡ଼ିଶାକୁ ପୂର୍ବ ଭାରତର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରୂପେ ପ୍ରତିଷ୍ଠିତ କରିବାରେ ସହଯୋଗ କରିବେ”ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।

ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ସହ ସମନ୍ୱୟ ଏବଂ ତ୍ୱରିତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ପୂର୍ବୋଦୟ ସ୍ବପ୍ନକୁ ସାକାର କରିବାକୁ ହେଲେ ଆମକୁ ଏହି ଦୁଇଟି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପଡିବ । ବିଶେଷକରି, ଭଦ୍ରକର ୟାର୍ନ ଉତ୍ପାଦନ ପ୍ରକଳ୍ପ ରାଜ୍ୟର ବସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସାହିତ କରି ବଡ ପରିମାଣରେ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ହେମାନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ; IOCL, IDCO, IPICOL, OPTCL, ଟାଟା ପାୱାର୍, ଡ୍ରେଜିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ର ପ୍ରତିନିଧି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ଭଦ୍ରକ ଓ ଜଗତସିଂହପୁରର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking