23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶରାଜ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୨.୫ ଗୁଣ ଅଧିକ ବଜେଟ୍ ଆବଣ୍ଟନ

ରାଜ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୨.୫ ଗୁଣ ଅଧିକ ବଜେଟ୍ ଆବଣ୍ଟନ

ନୂଆଦିଲ୍ଲୀ: ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମନ୍ନା ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟର ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ନିରୀକ୍ଷଣ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ରେଳ ଷ୍ଟେସନରେ ଚାଲିଥିବା ପୁନଃବିକାଶ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶର ରେଳ ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରିବାର ଦୃଷ୍ଟିକୋଣକୁ ସ୍ପଷ୍ଟତା ପ୍ରଦାନ କରିବା ଦିଗରେ ଅଗ୍ରଗତି କରୁଛି ।

ସେ ଏହା ମଧ୍ୟ କହିଥିଲେ ଯେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ରେ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ କରାଯାଉଛି ଏବଂ ଏହି କାର୍ଯ୍ୟ ବହୁତ ଭଲ ଗତିରେ ଆଗେଇ ଚାଲିଛି। ରେଳଷ୍ଟେସନ ବିକାଶ କାର୍ଯ୍ୟରେ ଉଚ୍ଚ ଆପ୍ରୋଚ୍ ରୋଡ୍ ଏବଂ ଷ୍ଟେସନ୍କୁ ଯାଉଥିବା ଯାତ୍ରୀ ଏବଂ ଷ୍ଟେସନ୍ରୁ ବାହାରକୁ ଆସୁଥିବା ଯାତ୍ରୀଙ୍କ ଗମନାଗମନକୁ ପୃଥକୀକରଣ ଅନ୍ତର୍ଭୁକ୍ତ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମାନ୍ୟବର ମନ୍ତ୍ରୀଙ୍କ ସହିତ ନିରକ୍ଷଣ ସମୟରେ ଉପସ୍ଥିତ ଥିଲେ।

ପୁନଃବିକଶିତ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅନ୍ୟାନ ଆଧୁନିକ ସୁବିଧା ସୁଯୋଗ ମଧ୍ୟରେ ଷ୍ଟେସନ ପ୍ରବେଶର ଉନ୍ନତି, ସର୍କୁଲେଟିଂ ଏରିଆ, ପ୍ରତୀକ୍ଷା ହଲ୍, ଶୌଚାଳୟ, ଲିଫ୍ଟ/ଏସ୍କେଲେଟର, ପରିଷ୍କାର ପରିଚ୍ଛନ୍ନତା, ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ’ ଭଳି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପାଇଁ କିଓସ୍କ, ଉନ୍ନତ ଯାତ୍ରୀ ସୂଚନା ପ୍ରଣାଳୀ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ସ୍ଥାୟୀ ଏବଂ ପରିବେଶ ଅନୁକୂଳ ସମାଧାନ, କାର୍ଯ୍ୟନିର୍ବାହୀ ଲାଉଞ୍ଜ, ବାଣିଜ୍ୟିକ ବିକାଶ ବୈଠକ ପାଇଁ ମନୋନୀତ ସ୍ଥାନ, ଭୂଦୃଶ୍ୟ ଇତ୍ୟାଦି ସୁବିଧା ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking