ଭୁବନେଶ୍ୱର: ଓଡିଶା ଶିକ୍ଷା କନକ୍ଲେଭ- ୨୦୨୫ ଉତ୍କର୍ଷ କାଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିଛନ୍ତି । କହିଛନ୍ତି, ଏଭଳି କାଯ୍ୟକ୍ରମ ପ୍ରଶଂସନୀୟ । କାଯ୍ୟକ୍ରମ ଯୁବପିଢିଙ୍କ ଭବିଷ୍ୟତକୁ ଉଜ୍ୱଳ କରିବ । ଭଲ ଶିକ୍ଷା ସମାଜ ଉପରେ ପ୍ରଭାବ ପକାଇଥାଏ । ସମାଜ ପ୍ରତି ଥିବା ଦାୟିତ୍ୱ ମଧ୍ୟ ତୁଲାଇଛି ।ସମ୍ମିଳନୀର ପ୍ରଥମ ଅଧିବେଶନରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ଯୋଗ ଦେବେ। ଦ୍ବିତୀୟ ଅଧିବେଶନରେ ‘ସୋଆ’ର କ୍ବାଣ୍ଟମ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ପ୍ରୋ ଭିସି ଅଜୟ କୁମାର ନାୟକ ଭାଗ ନେବେ।