ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡିଶା ବନ୍ଦ ଡାକରା ରହିଛି । କଂଗ୍ରେସ କର୍ମୀଙ୍କ ଉପରେ ପୂରା ନଜର ରଖିବ ପୋଲିସ । ଡ୍ରୋନ ଓ ଏଆଇ କ୍ୟାମେରାରେ ନଜର ରଖାଯିବ । ସବୁ ଛକ , ଅଫିସରେ ପୁଲିସ ମୁତୟନ କରାଯିବ । ହିଂସା ପନ୍ତା ଆପଣାଇଲେ କାଯ୍ୟାନୁଷ୍ଠାନ ନିଆଯିବ । ଏନେଇ କମିଶନର ପୋଲିସ ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଓଡିଶା ବନ୍ଦ ଡାକରା କଂଗ୍ରେସ ଦେଇଛି ।










