17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଓଡ଼ିଶା ପ୍ରଥମ ଇନିଂସ୍ ୫୪୮/୭ରେ ଘୋଷିତ; ୧୨୯ ରନ୍ ପଛରେ ମେଘାଳୟ

ଓଡ଼ିଶା ପ୍ରଥମ ଇନିଂସ୍ ୫୪୮/୭ରେ ଘୋଷିତ; ୧୨୯ ରନ୍ ପଛରେ ମେଘାଳୟ

ଶିଲଂ: ସ୍ଥାନୀୟ ମେଘାଳୟ କ୍ରିକେଟ୍ ସଂଘ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବା ଚଳିତ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ବିପକ୍ଷରେ ଘରୋଇ ମେଘାଳୟ ଶନିବାର ୩ୟ ଦିନ ଦ୍ୱିତୀୟ ଇନିଂସ୍‌ରେ ୬ ୱିକେଟ୍ ବିନିମୟରେ ୨୨୧ ରନ୍ କରିଛି। ଏହା ସହିତ ଟିମ୍ ଏବେ ବି ୧୨୯ ରନ୍‌ରେ ପଛୁଆ ରହିଛି। ଷ୍ଟମ୍ପ୍ସ ବେଳକୁ ଜସ୍‌କିରତ୍ ସିଂହ ୫୩ ଏବଂ ୱାନ୍‌ଲମ୍ବୋକ୍ ନଙ୍ଗ୍‌ଖଲା ୧୯ ରନ୍‌ରେ ବ୍ୟାଟିଂ କରୁଥିଲେ। ପୂର୍ବରୁ ମେଘାଳୟର ପ୍ରଥମ ଇନିଂସ୍ ସ୍କୋର୍ ୧୯୮ ରନ୍ ଜବାବରେ ଓଡ଼ିଶା ଶନିବାର ୫୪୮/୭ରେ ପ୍ରଥମ ଇନିଂସ୍ ଘୋଷଣା କରିଥିଲା। ପୂର୍ବଦିନ ୮୦ ରନ୍‌ରେ ଅପରାଜିତ ଥିବା ରାଜେଶ ଧୂପର୍ ଶତକ ପୂରଣ କରିବା ସହିତ ୧୦୨ ରନ୍‌ରେ ଅପରାଜିତ ରହିଥିଲେ। ସେହିପରି ସୁନୀଲ୍ ରାଉତ ବ୍ୟକ୍ତଗତ ସ୍କୋର୍‌ରେ ଆଉ ମାତ୍ର ୩ ରନ୍ ଯୋଗ କରିବାକୁ ସମର୍ଥ ହୋଇଥିଲେ। ୩୫୦ ରନ୍‌ରେ ପଛୁଆ ଥାଇ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ମେଘାଳୟ ୩୧ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା। ତେବେ ପରବର୍ତ୍ତୀ ବ୍ୟାଟର୍‌ମାନେ ସ୍ଥିତି ସମ୍ଭାଳି ଟିମ୍‌ର ସ୍କୋର୍ ଦିନର ଖେଳ ଶେଷ ବେଳକୁ ୨୨୧ରେ ପହଞ୍ଚାଇଛନ୍ତି। ସୁମିତ କୁମାର ୫୧, ନିଶାନ୍ତ ଚକ୍ରବର୍ତ୍ତୀ ୩୮, ବାଲଚନ୍ଦ୍ର ଅନିରୁଦ୍ଧ ୨୦ ରନ୍‌ର ଯୋଗଦାନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ସୁନୀଲ୍ ରାଉତ ୩-୩ ୱିକେଟ୍ ଅକ୍ତିଆର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking