14.1 C
Bhubaneswar
Friday, January 16, 2026
Homeଓଡିଶାଜାତୀୟ ହକିରେ ଇତିହାସ ରଚିଲା ଓଡ଼ିଶା; ୫-୧ରେ ହାରିଲା ହରିୟାଣା

ଜାତୀୟ ହକିରେ ଇତିହାସ ରଚିଲା ଓଡ଼ିଶା; ୫-୧ରେ ହାରିଲା ହରିୟାଣା

ଭୁବନେଶ୍ବର: ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ହକି ପ୍ରତିଯୋଗିତାରେ ବିଜୟୀ ହୋଇଛି। ତାମିଲନାଡୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରିଛି।ଏଥି ସହିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶାର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା। ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଲାକ୍ରା ସିଲାନନ୍ଦ ସର୍ବାଧିକ ୩ଟି ଗୋଲ୍‌ କରିଥିବା ବେଳେ ରଜକ ଆକାଶ ତିର୍କୀ ଓ ଲାକ୍ରା ପ୍ରତାପ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି। ହରିୟାଣା ପକ୍ଷରୁ ଏକମାତ୍ର ଗୋଲ ଜୋଗିନ୍ଦର ସିଂହ ଦେଇଥିଲେ।

ପ୍ରଥମ କ୍ବାର୍ଟରରେ ଯୁବ ଖେଳାଳି ରଜତ ଆକାଶ ତିର୍କୀ ଗୋଟିଏ ଗୋଲ ସ୍କୋର କରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ପରେ ଦ୍ବିତୀୟ କ୍ବାର୍ଟରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍‌ ହୋଇନଥିଲା। ଫଳରେ ଓଡ଼ିଶା ଦଳ ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଲାକ୍ରା ପ୍ରତାପ ଗୋଲ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରାଇଥିଲେ। ସେହିଭଳି ୪ର୍ଥ କ୍ବାର୍ଟରରେ ଲାକ୍ରା ସିଲାନନ୍ଦ ୩ଟି ଗୋଲ ଦେଇ ଓଡ଼ିଶାର ବିଜୟ ସୁନିଶ୍ଚିତ କରିଥିଲେ। ହରିୟାଣା ଦଳ ପକ୍ଷରୁ ୪ର୍ଥ କ୍ବାର୍ଟରରେ ଜୋଗିନ୍ଦର ସିଂହ ଗୋଲ ଦେଇ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ହରିୟାଣା ଦଳକୁ ଶେଷରେ ୫-୧ରେ ପରାସ୍ତ ହେବାକୁ ପଡ଼ିଛି। ହକି ହରିୟାଣା ଉପରେ ଓଡ଼ିଶା ଟିମ୍‌ର ଚିତ୍ତାକର୍ଷକ ବିଜୟ ଦଳ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟକୁ ପ୍ରତିପାଦିତ କରୁଛି। ଏହା ନିଶ୍ଚିତ ଭାବରେ ରାଜ୍ୟର ଭବିଷ୍ୟତ ପିଢ଼ିର ହକି ଖେଳାଳିଙ୍କୁ ପ୍ରେରଣା ଯୋଗାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking