ଭୁବନେଶ୍ୱର : ଆସନ୍ତା କାଲିଠୁ ଉତ୍କର୍ଷ ଓଡିଶା କନକ୍କେଭ ା ଦୁଇ ଦିନ ଧରି ଜନତାମୈଦାନରେ ଚାଲିବ ସମ୍ମିଳନୀ । ନିବେଶ ପାଇଁ ଓଡିଶା ଆସୁଛନ୍ତି ବିଶିଷ୍ଟ ଶିଳ୍ପହର୍ଷି । ଆମେରିକା , ଜର୍ମାନୀ ଅଷ୍ର୍ଟ୍ରେଲିଆ , ସିଂଗାପୁର , ମଲେସିଆ , ବେଲାରୁସ , ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ । ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବେ ବୋଲି କୁହାଯାଉଛି । ଉତ୍କର୍ଷ ଓଡିଶାରେ ୧୦୦ରୁ ଅଧିକ ଶିଳ୍ପପତିଙ୍କ ସହିତ ଏମଓୟୁ ସ୍ୱାକ୍ଷର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର । ଶିଳ୍ପ, ଆଇଟି , ଖାଦ୍ୟ ପ୍ରକ୍ରିୟାକରଣ , ପେଟ୍ରୋକେମିକାଲସ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହିତ ଆଲୋଚନା କରି ସରକାର ଆଗକୁ ବଢିବେ । ଓଡିଶାରେ ନିବେଶ ପାଇଁ ବାତାବରଣ କେମିତି ରହିଛି , ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳିଛି । ସେ ସବୁ ଶିଳ୍ପପତିକୁ ଜଣାଇ ଆକୃଷ୍ଟ କରିବେ ।