16.1 C
Bhubaneswar
Monday, January 12, 2026
Homeଓଡିଶାଓଡ଼ିଶା କଂଗ୍ରେସ ନେତୃତ୍ୱ ବିକାଶ ମିଶନ କମିଟି ପୁର୍ନଗଠିତ

ଓଡ଼ିଶା କଂଗ୍ରେସ ନେତୃତ୍ୱ ବିକାଶ ମିଶନ କମିଟି ପୁର୍ନଗଠିତ

ଭୁବନେଶ୍ୱର: ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗର ରାଜନୀତି ପ୍ରତି ଆଗ୍ରହୀ ଯୁବକ ଯୁବତୀ ମାନଙ୍କୁ ନେଇ ନେତୃତ୍ୱ ବିକାଶ ମିଶନ ଆଗାମୀ ଦିନରେ କାର୍ଯ୍ୟକରିବ । ଏଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ସମଗ୍ର ଓଡ଼ିଶାରେ ଥିବା ୫୭ଟି ସଂରକ୍ଷିତ ବିଧାନସଭାକୁ ୧୦ଟି କ୍ଲଷ୍ଟର ଭାବେ ଭାଗ କରାଯାଇଅଛି । ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ଟିମ ଲିଡର ଓ ଏକ କିମ୍ବା ଏକାଧିକ କୋ ଟିମ ଲିଡର ନିଯୁକ୍ତ କରାଯାଇଅଛି । କ୍ଲଷ୍ଟର-୧ରେ ଅତାବିରା, କୁଚିଣ୍ଡା, ରେଙ୍ଗାଲି, ହିନ୍ଦୋଳ, ଛେଣ୍ଡିପଦା, ବୀରମହାରାଜପୁର ଓ ଲୋଇସିଂହା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳି ରହିଅଛି ଓ ଏହି କ୍ଲଷ୍ଟର ପାଇଁ ପିସିସି ଉପସଭାପତି ସସ୍ମିତା ବେହେରା ଟିମ ଲିଡର ଭାବେ ଓ ଆଲର୍ବଟ କିଣ୍ଡୋ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ । ସେହିପରି କ୍ଲଷ୍ଟର-୨ରେ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଜଗାଙ୍ଗପୁର ଓ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଟିମ ଲିଡର ଭାବେ ଓ ଶ୍ରୀ ରଞ୍ଜନ ସେଠୀ ଏବଂ ଶ୍ରୀମତୀ ଅନିମା ମିଞ୍ଜ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ । କ୍ଲଷ୍ଟର-୩ରେ ତେଲକୋଇ, ଆନନ୍ଦପୁର, ପଟଣା, କେନ୍ଦୁଝର ଓ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ସିଂ ଲାଗୁରି ଟିମ ଲିଡର ଭାବେ ଏବଂ ଶ୍ରୀ ଐତିହ୍ୟ ଦିବ୍ୟ ସିଂ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ ।

କ୍ଲଷ୍ଟର-୪ରେ ଯଶିପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା ଓ ବାରିପଦା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ପୂର୍ବତନ ଓବିସି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ରାଜ କିଶୋର ବାରିକ ଟିମ ଲିଡର ଭାବେ ଓ ଶ୍ରୀ ପ୍ରତ୍ୟୁଷ ସାହୁ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ । କ୍ଲଷ୍ଟର-୫ ରେ ବଡ଼ସାହିତ, ରେମୁଣା, ସୋରୋ, ଧାମନଗର ଓ ବିଞ୍ଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ଅନୁସୂଚିତ ଜାତି କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ କ୍ଷୀରୋଦ ଚନ୍ଦ୍ର ପାତ୍ର ଟିମ ଲିଡର ଭାବେ ଏବଂ ଶ୍ରୀ ବିଶ୍ୱରଞ୍ଜନ ଜେଠି କୋ ଟିମ ଲିଡର ଭାବେ କାର୍ଯ୍ୟକରିବେ । କ୍ଲଷ୍ଟର-୬ରେ ନିଆଳି, କଟକ ସଦର, ତିର୍ତ୍ତୋଲ, କାକଟପୁର ଓ ଜୟଦେବ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ଏଆଇସିସି ସଂଖ୍ୟାଲଘୁ ବିଭାଗର ରାଷ୍ଟ୍ରୀୟ ସଂଯୋଜକ ଅବଦୁଲ କଲାମ ଏବଂ କୋ ଟିମ ଲିଡର ଭାବେ ଶ୍ରୀ ସିଖାଂଶୁ ଲେଙ୍କା କାର୍ଯ୍ୟକରିବେ । କ୍ଲଷ୍ଟର-୭ ରେ ଖଲିକୋଟ, ଛତ୍ରପୁର ଓ ମୋହନା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ଓ ଏହି କ୍ଲଷ୍ଟର ପାଇଁ ଅନୁସୂଚିତ ଜାତି ବିଭାଗର ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭାଗିରଥି ବେହେରା ଟିମ ଲିଡର ଭାବେ ଓ ଶ୍ରୀ ଜ୍ଞାନ ରଞ୍ଜନ ରାଉତ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ ।

କ୍ଲଷ୍ଟର-୮ ରେ ଲାଞ୍ଜିଗଡ଼, ଭବାନୀପାଟଣା, ବାଲିଗୁଡ଼ା, ଜି-ଉଦୟଗିରି, ଫୁଲବାଣୀ ଓ ଦଶପଲା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ରାଜ୍ୟ ଅନୁସୂଚିତ ଜାତି ବିଭାଗ ଉପାଧ୍ୟକ୍ଷ ଆଇନଜୀବି ହିରାସିଂ ମଣ୍ଡଳ ଏବଂ କୋ ଟିମ ଲିଡର ଭାବେ ଶ୍ରୀ ଯଜାତି କେଶରୀ ନାୟକ କାର୍ଯ୍ୟ କରିବେ । କ୍ଲଷ୍ଟର-୯ ରେ ଗୁଣୁପୁର, ବିସମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ ଓ ପଟାଙ୍ଗୀ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ପୂର୍ବତନ ରାଜ୍ୟ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ଟିମ ଲିଡର ଭାବେ ଓ ଶ୍ରୀ ଆଶିଷ ଲେଙ୍କା କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ । ସେହିପରି କ୍ଲଷ୍ଟର ୧୦ରେ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଅଛି ଓ ଏହି କ୍ଲଷ୍ଟର ପାଇଁ ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀ ଟିମ ଲିଡର ଭାବେ ଏବଂ ଅନାମ ଦିଆନ କୋ ଟିମ ଲିଡର ଭାବେ କାର୍ଯ୍ୟ କରିବେ ବୋଲି ରାଜ୍ୟ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ନେତୃତ୍ୱ ବିକାଶ ମିଶନର ରାଷ୍ଟ୍ରୀୟ ସଂଯୋଜକ (ଓଡ଼ିଶା ପ୍ରଭାରୀ) ଆଇନଜୀବି ମାନସ କୁମାର ମଲ୍ଲିକ ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking