ବ୍ୟୁରୋ : ଝାଡଖଣ୍ଡ ନିର୍ବାଚନ ପରିଚାଳନା ପାଇଁ ଓଡିଶାରୁ ଯିବେ ବିଜେପି କର୍ମକର୍ତ୍ତା । ନିର୍ବାଚନରେ ପ୍ରଚାର କରିବା ସହ ନିର୍ବାଚନରେ ଝାଡଖଣ୍ଡ ବିଜେପିକୁ ସହେଯାଗ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଝାଡଖଣ୍ଡ ନିର୍ବାଚନରେ ବିଜେପି କାମ କରି ଆସୁଛି । ଓଡିଶାରୁ ଯାଇ କର୍ମକର୍ତ୍ତାମାନେ ସେଠାରେ ମାସ ମାସ ରୁହନ୍ତି । ୨୦୦୨ରୁ ଏପର୍ଯ୍ୟନ୍ତ ରେଗୁଲାର ନିର୍ବାଚନ ପାଇଁ ଯାଉଛନ୍ତି । ଏହା କିଛି ନୁହେଁ । ତେବେ ଏଥର ଝାଡଖଣ୍ଡରେ ଡବଲ ଇଞ୍ଜିନ କାମ କରିବ ବୋଲି ଆଶା ରଖିଛି ବିଜେପି ।