20.1 C
Bhubaneswar
Sunday, February 15, 2026
Homeଓଡିଶାସୌମ୍ୟାଶ୍ରୀର ମୃତ୍ୟୁ ପାଇଁ ଦାୟୀ ଅଧିକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦାବିରେ ଓଡିଶା ବନ୍ଦ ଉପଲକ୍ଷେ...

ସୌମ୍ୟାଶ୍ରୀର ମୃତ୍ୟୁ ପାଇଁ ଦାୟୀ ଅଧିକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦାବିରେ ଓଡିଶା ବନ୍ଦ ଉପଲକ୍ଷେ ଶୋଭାଯାତ୍ରା

ଯାଜପୁର: ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀର ମୃତ୍ୟୁରେ ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପକ୍ଷରୁ ଆଜି ଓଡିଶା ବନ୍ଦ ଡାକରା ଉପଲକ୍ଷେ ଆଜି ଯାଜପୁର ରୋଡ ଠାରେ ପାର୍ଟିର କର୍ମୀ, ସମର୍ଥକ ମାନେ ଏକ ଶୋଭାଯାତ୍ରା ଓ ବନ୍ଦ କୁ ସଫଳ କରିବା ପାଇଁ ପିକେଟିଂ କରିଛନ୍ତି। ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ପରେ କୈାଣସି ପଦକ୍ଷେପ ନେଇନଥିବା ‌‌ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଓ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସ୍ଥାନରେ ନାରୀ ଓ ଛାତ୍ରୀ ମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ସୌମ୍ୟାଶ୍ରୀ ର ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ଏକ କୋଟି ଟଙ୍କା ପ୍ରଦାନ କରିବା,ମଦ ମାଦକ ଦ୍ରବ୍ୟ ର ପ୍ରଚାର ପ୍ରସାର ବନ୍ଦ କରିବା ଆଦି ସ୍ଲୋଗାନ ମାନ ଦେଇ ଗୋପବନ୍ଧୁ ଛକରୁ ବାହାରି ବଜାର ପରିକ୍ରମା କରିଥିଲେ।

ଗୋପବନ୍ଧୁ ଛକରେ ପାର୍ଟିର ରାଜ୍ୟ କମିଟି ସଦସ୍ୟ କମ୍ରେଡ ବିଜୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାଜ୍ୟ କମିଟି ସଦସ୍ୟ କମ୍ରେଡ କେଦାରନାଥ ସାହୁ, ଜିଲ୍ଲା କମିଟି ସଦସ୍ୟ ନିରୁପମା ବେହେରା, ଦାନଗଦି ଆଞ୍ଚଳିକ କମିଟିର ସମ୍ପାଦକ କମ୍ରେଡ ବିଜୟ ଜେନା ତାଙ୍କ ବକ୍ତବ୍ୟ ରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ କେବଳ କଲେଜ ପ୍ରଶାସନ ନୁହେଁ ରାଜ୍ୟ ବିଜେପି ସରକାର ମଧ୍ୟ ସମାନ ଭାବେ ଦାୟୀ ବୋଲି ଅଭିଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଲେଖ ମଲ୍ଲିକ, ଶରତ ଜେନା, ସନ୍ତୋଷ ସାହୁ,ଛାତ୍ର ସଂଗଠକ ବିଶ୍ୱଜିତ ମଲ୍ଲିକ, ଯୁବ ସଂଗଠକ ସୌଦାଗର ବେହେରା, କାର୍ତ୍ତିକ ହାଲଦାର, ରାମଚନ୍ଦ୍ର ମଲ୍ଲିକ, ତୁଷାର ସେନ ମଲ୍ଲିକ ଆଦି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବନ୍ଦକୁ ଜନସାଧାରଣ ଅକୁଣ୍ଠ ସମର୍ଥନ ଦେଇ ସଫଳ କରିଥିବାରୁ ବକ୍ତା ମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking