21.1 C
Bhubaneswar
Thursday, December 18, 2025
Homeଓଡିଶାଓଡିଶା ବନ୍ଦ ଡାକରା ଯାଜପୁରରେ ସମ୍ପୂର୍ଣ୍ଣ ସଫଳ

ଓଡିଶା ବନ୍ଦ ଡାକରା ଯାଜପୁରରେ ସମ୍ପୂର୍ଣ୍ଣ ସଫଳ

ଯାଜପୁର: ଆଜି ଭାରତୀୟ ଜାତୀୟ କଂଗ୍ରେସ ଓ ମିଳିତ ବିରୋଧୀ ଦଳ ପକ୍ଷରୁ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ଓ ନାରୀ ନ୍ୟାୟ ତଥା ମୁଖ୍ୟମନ୍ତ୍ରୀ, ଉଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସମଗ୍ର ଯାଜପୁର ଜିଲ୍ଲାରେ ଅଦ୍ଭୂତପୂର୍ଣ୍ଣ ଭାବରେ ବନ୍ଦ ପାଳନ ସଫଳ ହୋଇଛି । ଜାତୀୟ ରାଜପଥରେ ଯାନ ବlହlନ ବନ୍ଦ ହୋଇ ଥିଲା । ବ୍ୟାଙ୍କ ଅଫିସ ଦପ୍ତର ସ୍କୁଲ କଲେଜ ବନ୍ଦ ରହିଛି। ବ୍ୟବସାୟୀମାନେ ସ୍ୱୋତପୁତ ଭlବରେ ବନ୍ଦ କରିଛନ୍ତି । ଆନ୍ଦୋଳନକାରୀମାନେ ଶୋଭାଯାତ୍ରା କରି ବିଭନ୍ନ ସ୍ଥାନରେ ଧାରଣା ଦେଇଛନ୍ତି। ଆଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ (କେ, କେ ସି ) ପକ୍ଷରୁ ଦମକଳଗୋଲାଇ ଛକ(୨୦ନମ୍ବର ଜାତୀୟ ରାଜପଥ ) ଠାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ସକାଳ ୬ ଘଣ୍ଟା ଠାରୁ ରାସ୍ତା ଉପରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, ଫଳରେ କେନ୍ଦୁଝର, କଳିଙ୍ଗନଗର ପାଣିକୋଇଲି ଆଡୁ ଆସୁଥିବା ସମସ୍ତ ଯାତାୟାତ ଠପ ହୋଇଯାଇଥିଲା।

ଏହି ବନ୍ଦକୁ ସମର୍ଥନ କରି କୁଆଁରଦା, ଚନ୍ଦମା, ନୂଆଗଡ, କହେଁଇପୁର ଓ ସମାତରାୟପୁର ଗ୍ରାମର ବହୁ ଯୁବକ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ବାବାସାହେବ ଆମ୍ବେଦକର ସୃତି ସଂସଦ ସାଧାରଣ ସମ୍ପାଦକ ବାବୁଲାଲ ଗୁରୁ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, କେ, କେ ସି, ନେତା ପଦ୍ମନାଭ ନାୟକ ପରୀକ୍ଷିତ ମଲିକ, ମହିନ୍ଦ୍ର କୁମାର ମହାପାତ୍ର ବିଦ୍ୟାଧର ଯେନା ପ୍ରତାପକୁମାର ଦାସ,ଜିଲ୍ଲା ଓ ଵି ସି ସେଲ ନେତା ପ୍ରଶାନ୍ତ କୁମାର ସାହୁ ଓ ଯୁବ କଂଗ୍ରେସ ନେତା ଅମିତ କୁମାର ଜେନା ସେକବଦ୍ରି ପ୍ରମୁଖ ରାଜ୍ୟ ବି ଜେ ପି, ସରକାର ଏକ ବର୍ଷ ମଧ୍ୟରେ ୧୫ ଶହ ରୁ ଉର୍ଦ୍ଧ ନାରୀ ନିର୍ଯାତନା ଗଣଦୁଷ୍କର୍ମ, ଛାତ୍ରୀ ଆତ୍ମହତ୍ୟା ଓ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ରେ ଘୋଷଣା ଅନୁସାରେ ୨୫ ହଜାର ରୁ ଉର୍ଦ୍ଧ ଛାତ୍ରୀ, ମହିଳା ଙ୍କ ଅପହରଣ ଆଜି ସାରା ଦେଶରେ ଆଲୋଚନା ର ବିଷୟ ହୋଇଛି। ଏଫ ଏମ କଲେଜ ଛାତ୍ରୀ ମୁର୍ତ୍ୟୁ ଘଟଣା ଜଣେ ସିଙ୍ଗ ଜଜ ଙ୍କ ଦ୍ୱାରା ତଦନ୍ତ କରିବା ସହିତ ସୌମ୍ୟାଶ୍ରୀ ଯେଉଁମାନଙ୍କ ଠାରେ ନ୍ୟାୟ ପାଇଁ ନିବେଦନ କରି ବଞ୍ଚିତ ହୋଇଥିଲା ସେମାନଙ୍କୁ ପକ୍ଷ ଭୁକ୍ତ କରିବାକୁ ବକ୍ତାମାନେ ଦାବି କରିଥିଲେ। ଏହା ପରେ ଏକ ମୋଟରସାଇକେଲ ରାଲ୍ଲୀ ସହର ପରିକ୍ରମା କରି କଂଗ୍ରେସ ଓ ସି ପି ଏମ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ସେଠାରେ ବିଦ୍ୟାଧର ମହାନ୍ତି ପ୍ରଫୁଲ୍ଲ ନାୟକ ମଧ୍ୟ୍ୟ ଆନ୍ଦୋଳନ କାରୀଙ୍କୁ ଉଦବୋଧନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking