16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶହାଇଦ୍ରାବାଦରେ ଜଳିଗଲେ ଓଡ଼ିଆ ଯୁବକ

ହାଇଦ୍ରାବାଦରେ ଜଳିଗଲେ ଓଡ଼ିଆ ଯୁବକ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଳିଗଲେ ଓଡ଼ିଆ ଯୁବକ । ଗତକାଲି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ସେହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ଯୁବକ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁରେ । ମୃତ ଯୁବକ ହେଲେ କେ. ଦୀପକ କୁମାର । ସେ ଆଇଟି ସେକ୍ଟରରେ କାମ କରିବା ପାଇଁ ବସ୍‌ ଯୋଗେ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲେ । ଆଉ ଦୁର୍ଭାଗ୍ୟବସତଃ ଦୁର୍ଘଟଣା ଘଟି ବସରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଡିଏନ୍‌ଏ ଟେଷ୍ଟ ପରେ କେ. ଦୀପକ କୁମାର ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିଲା । ମୃତଦେହକୁ ୪୮ ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking