25.1 C
Bhubaneswar
Friday, March 20, 2026
Homeଓଡିଶାଜାମ୍ମୁରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଜାମ୍ମୁରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରାଗଲାପରେ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନେ ଆଜି ଓଡ଼ିଶାକୁ ଫେରିଛନ୍ତି। ଓଡ଼ିଆ ଛାତ୍ରଛାତ୍ରୀମାନେ ଜାମ୍ମୁରୁ ଆସି ଆଜି ଭୁବନେଶ୍ୱର ରେଳଷ୍ଟେସନ୍‌ ଠାରେ ପହଂଚିବାପରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଓ ପରିବହନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ, ପାନୀୟଜଳ ଆଦି ଯୋଗାଇ ଦିଆଯିବା ସହିତ ସେମାନେ ଯେପରି ନିଜନିଜ ଘରେ ସୁରକ୍ଷିତ ଭାବରେ ପହଂଚିପାରିବେ ତାହାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ, ଜାମ୍ମୁରୁ ଫେରି ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ, ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହିତ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରବର୍ଗ ନିମ୍ନଲିଖିତ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ।

(କ) ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)

(ଖ) ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking