25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶକୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍‌ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର ୧୮ ବର୍ଷୀୟ ଛାତ୍ର ଅଭିଜିତ୍ ଗିରି ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଝୁଲିପଡ଼ିଥିବା ସ୍ଥାନୀୟ ପୋଲିସ ଶୁକ୍ରବାର ସୂଚନା ଦେଇଛି। ପୋଲିସ ସୂଚନା ମୁତାବକ ମୟୂରଭଞ୍ଜ ଜିଲା ବାସିନ୍ଦା ଅଭିଜିତ ୨୦୨୪ ଏପ୍ରିଲରୁ କୋଟାର ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏନ୍‌ଇଇଟିରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗୁରୁବାର ରାତି ୮ଟାରେ ମେସ୍‌ର ଜଣେ କର୍ମଚାରୀ ଅଭିଜିତ୍‌ଙ୍କୁ ଖାଦ୍ୟ ଦେବା ପାଇଁ ତାଙ୍କ ରୁମ୍‌କୁ ଯାଇଥିଲେ। ସେ ତାଙ୍କ ରୁମ୍ କବାଟ ବାଡେଇବା ପରେ ବି ତାହା ନ ଖୋଲିବାରୁ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ଫଳରେ ସେ ଉକ୍ତ ଛାତ୍ରାବାସର ଅନ୍ୟ କେତେଜଣ ପିଲାଙ୍କ ସହ ମିଶି କବାଟକୁ ଭାଙ୍ଗିଥିଲେ।

ସିଲିଂ ଫ୍ୟାନ୍‌ରେ ଅଭିଜିତ୍‌ଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର (ଏଏସ୍‌ଆଇ) ଲାଲ ସିଂ ତନୱର ସୂଚନା ଦେଇଛନ୍ତି। ପୋଲିସ ଟିମ୍ ହଷ୍ଟେଲକୁ ଯାଇ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଛାତ୍ରଙ୍କ ପରିବାର ଲୋକେ ସେଠାରେ ପହଞ୍ଚତ୍ୱା ପରେ ବ୍ୟବଚ୍ଛେଦ କରାଯିବ। ଅଭିଜିତ୍‌ଙ୍କ ରୁମ୍‌ରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ହଷ୍ଟେଲ ରୁମ୍‌ରେ ଲାଗିଥିବା ସିଲିଂ ଫ୍ୟାନ୍ ଆମତ୍‌ହତ୍ୟା ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମାନୁସାରେ ସଂଲଗ୍ନ ନ ଥିଲା ବୋଲି ତନ୍‌ୱର କହିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଜିତ୍ ଜଣେ ଭଲ ଛାତ୍ର ଥିଲେ। ସେ ନିୟମିତ ଭାବେ କୋଚିଂ କ୍ଲାସ୍‌କୁ ଯାଉଥିଲେ। ରାଜସ୍ଥାନର ଶିକ୍ଷାନଗରୀ କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ୨୦୨୪ରେ ଏଭଳି ୧୭ ମାମଲା ସାମ୍ନାକୁ ଆସିଥିବାବେଳେ ଚଳିତବର୍ଷ ଏହା ହେଉଛି କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରଙ୍କ ତୃତୀୟ ଆମତ୍‌ହତ୍ୟା। ପରୀକ୍ଷାକୁ ନେଇ ପ୍ରତିଯୋଗିତାମୂଳକ ଚାପ ଯୋଗୁ ପ୍ରତିବର୍ଷ ସେଠାରେ ଅନେକ ଛାତ୍ରୀଛାତ୍ର ଆମତ୍‌ହତ୍ୟା କରୁଥିବା ଅଭିଯୋଗ ହୋଇଆସୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking