ଭୁବନେଶ୍ୱର: ଓଡିଆ ନାମଫଳକ ଲେଖି ନଥିବାରୁ ୧୦୦ଟି ପ୍ରତିଷ୍ଠାନ ନାଁରେ ମାମଲା କରାଯାଇଛି । ୧୬୦୬ଟି ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ ହୋଇଛି । ଏହା ସହ ଝାରସୁଗୁଡାରେ ୨୩୭, ଖୋର୍ଦ୍ଧାରେ ୨୦୧ ଜଣଙ୍କୁ ନୋଟିସ ଦିଆଯାଇଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ ମୋଟ ୨୮୫୮ ଗୋଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନୀରିକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଟାନରେ ଓଡିଆ ଭାଷାରେ ନାମଫଳକ ନଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।










