15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଓଡ଼ିଆ ଡାକ୍ତରଙ୍କୁ ଦିଲ୍ଲୀରେ ହତ୍ୟା

ଓଡ଼ିଆ ଡାକ୍ତରଙ୍କୁ ଦିଲ୍ଲୀରେ ହତ୍ୟା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁର ଏନ୍‌କ୍ଲେଭ୍‌ରେ ଜଣେ ୫୨ ବର୍ଷୀୟ ଡାକ୍ତରଙ୍କୁ ଜଣେ ପୁଷ୍ଟିସାର ବିଶେଷଜ୍ଞ (ନ୍ୟୁଟ୍ରିସନିଷ୍ଟ୍‌) ଛୁରିଭୁସି ହତ୍ୟା କରିଛନ୍ତି। ଏହି ଘଟଣାରେ ଗତକାଲି ଅଭିଯୁକ୍ତ ନ୍ୟୁଟ୍ରିସନିଷ୍ଟ ସନି ଶର୍ମା(୨୫)ଙ୍କୁ ପୁଲିସ ଗିରଫ କରିଛି। ପୁଲିସକୁ ଅଭିଯୁକ୍ତ କହିଛି ଯେ ଅଶାଳୀନ ଆଚରଣ କରିବାରୁ ସେ ଡାକ୍ତରଙ୍କୁ ହତ୍ୟା କରିଛି। ଦିଲ୍ଲୀ ଡିସିପି (ଦକ୍ଷିଣ) ଅଙ୍କିତ ଚୌହାନ କହିଛନ୍ତି, ମୃତ ଡାକ୍ତର ସମ୍ବିତ ମହାନ୍ତିଙ୍କ ଘର ଓଡ଼ିଶାର କଟକରେ ଏବଂ ସେ ଜଣେ ପାଥୋଲୋଜିଷ୍ଟ। ଗୁରୁବାର ପୂର୍ବାହ୍ଣ ସାଢ଼େ ୧୧ଟା ବେଳେ ମୃତ ଡାକ୍ତରଙ୍କ ଗାଡ଼ିଚାଳକ ପୁଲିସ୍ ନିୟନ୍ତ୍ରଣ କକ୍ଷକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ୧୨ରୁ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଜଣାଯାଇଥିଲା। ଏହି ଭିତ୍ତିରେ ପୁଲିସ ପ୍ରଥମେ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ଫୁଟେଜ୍ ଆଧାରରେ ଅଭିଯୁକ୍ତ ସନି ଶର୍ମାଙ୍କୁ କିଛି ଘଣ୍ଟା ମଧ୍ୟରେ ଗିରଫ କରାଯାଇପାରିଛି। ଜେରାବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଦୁଇ-ତିନି ସପ୍ତାହ ପୂର୍ବେ ଡାକ୍ତରଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ବୁଧବାର ପୋଷଣ ତାଲିକା ପ୍ରସ୍ତୁତ କରିବାକୁ ସେ ତାଙ୍କୁ ଘରକୁ ଡାକିଥିଲେ। ଏହି ସମୟରେ ଡାକ୍ତରଜଣକ ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ। ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ଏକ ଛୁରିରେ ଡାକ୍ତରଙ୍କ ଗଳା କାଟିଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking