29.1 C
Bhubaneswar
Monday, February 9, 2026
Homeଓଡିଶାପ୍ରକାଶ ପାଇଲା ଓସିଏସ-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓସିଏସ-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ(ଓସିଏସ)-୨୦୨୩ ପ୍ରାରମ୍ଭିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବା ସହିତ ମୁଖ୍ୟ ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ରହିଛନ୍ତି। ପାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ରୋଲ୍‌ ନମ୍ବର ଓପିଏସସି ଓ୍ବେବସାଇଟ www.opsc.gov.inରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଓ୍ବେବସାଇଟରୁ ଜାଣିପାରିବେ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୫ ତାରିଖରେ ଓସିଏସ ୨୦୨୩ ପ୍ରାରମ୍ଭିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking