16.1 C
Bhubaneswar
Thursday, February 5, 2026
Homeଓଡିଶାଭୋଟଚୋରୀ ବିରୋଧରେ ଦସ୍ତଖତ ଅଭିଯାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ 

ଭୋଟଚୋରୀ ବିରୋଧରେ ଦସ୍ତଖତ ଅଭିଯାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ 

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ବିଜେପି ସରକାରଙ୍କ ଭୋଟଚୋରୀ ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ କଂଗ୍ରେସ ଦଳ ତରଫରୁ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଜିଲ୍ଲା, ବ୍ଲକ, ଏନଏସି, ମୁନିସିପାଲିଟି ତଥା ପଂଚାୟତ ସ୍ତରରୁ ଜନସାଧାରଣଙ୍କର ଏ ସରକାର ବିରୋଧରେ ପ୍ରତିବାଦ ସ୍ୱରୂପ ଦସ୍ତଖତ ସଂଗ୍ରହ କରିବେ । ଏଥିପାଇଁ ପିସିସି ସଭାପତି ଶ୍ରୀ ଦାସ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ପର୍ଯ୍ୟବେକ୍ଷକ ନିମ୍ନମତେ ନିଯୁକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୨ ତାରିଖ ଦିନ ସଂପୂର୍ଣ୍ଣ ହେବାପାଇଁ ଏଆଇସିସିର ନିର୍ଦ୍ଦେଶ ରହିଅଛି । ପର୍ଯ୍ୟବେକ୍ଷକ ମାନେ ଖୁବଶୀଘ୍ର ଜିଲ୍ଳା ସଂଯୋଜକ ମାନଙ୍କ ସହ ଯୋଗାଯୋଗ କରି ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରିବେ ଏବଂ ଜନସଚେତନତା ସୃଷ୍ଟିକରି ଦସ୍ତଖତ ଅଭିଯାନକୁ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଫଳ କରିବେ ଏବଂ ସଂଗୃହୀତ ଦସ୍ତଖତ ତାଲିକା ପିସିସି କାର୍ଯ୍ୟାଳୟରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦାଖଲ କରିବେ । ପରେ ଉକ୍ତ ତାଲିକା ଗୁଡ଼ିକୁ ଏଆଇସିସି କାର୍ଯ୍ୟାଳୟକୁ ତୁରନ୍ତ ପଠାଇ ଦିଆଯିବ ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ନିମନ୍ତେ  ଶ୍ରୀ ରବି ମଲ୍ଲିକ ଓ ସନ୍ତୋଷ ଭୋଳ ପର୍ଯ୍ୟବେକ୍ଷକ ହୋଇଥିବା ବେଳେ ବାଲେଶ୍ୱର- ଦେବେନ୍ଦ୍ର ମହାନ୍ତି ଓ ହଳଧର ସେଠୀ,ବରଗଡ଼- ଦେବସ୍ମିତା ସାମଲ, ସତ୍ୟ ନାରାୟଣ ସେନାପତି,  ଭଦ୍ରକ – ବିଜନ ନାୟକ, ହିମାଂଶୁ ଲେଙ୍କା ଓ ଏସକେ ମାସୁଦ ଅଲ୍ଳୀ, ଭୁବନେଶ୍ୱର – ସୁଜିତ ପାଢ଼ୀ, ଅମ୍ରିତା ଦାସ, ବଲ୍ଲାଙ୍ଗୀର- ବଳଭଦ୍ର ମାଝୀ, ଉତ୍ସବ ସାହୁ, ଫକୀର ଜଗତ, ବୌଦ୍ଧ- ରଞ୍ଜିତ ଦାଶ, ଆକବର ଖାନ, କଟକ-ମାନସ ରଞ୍ଜନ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, କଟକ ସିଟି- ଦେବେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ବେହେରା, ଦେଓଗଡ଼- ଜୟନ୍ତ କୁମାର ସାହୁ, ସୁବ୍ରତ ପ୍ରଧାନ, ଢ଼େଙ୍କାନାଳ- ଚିନ୍ମୟ ସୁନ୍ଦର ଦାସ, ସାରଦା ପ୍ରସାଦ ପ୍ରଧାନ, ଗଞ୍ଜାମ ପୂର୍ବ – ଜାକବ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଗଞ୍ଜାମ ପଶ୍ଚିମ- ପ୍ରଦୀପ ସ୍ୱାଇଁ, ଗଜପତି- ଅମିୟ ପଟ୍ଟନାୟକ, ଭୋକାଲି ସେଠୀ, ଜଗତସିଂହପୁର- ବନ୍ଦିତା ପରିଡ଼ା, ଆକ୍ୟୁବ ଖାନ, ଯାଜପୁର- ବାଙ୍କନିଧି ବେହେରା, ମିଲନ ପଟ୍ଟନାୟକ, ଝାରସୁଗୁଡ଼ା- ସସ୍ମିତା ପଣ୍ଡା, ଧର୍ମେନ୍ଦ୍ର ମିଶ୍ର, କଳାହାଣ୍ଡି- ପ୍ରଶାନ୍ତ ବିଶୋଇ, ସଂଜୟ ମଣ୍ଡଳ, କେନ୍ଦ୍ରାପଡ଼ା- ଅଭିଳାଷ ମାଣିଆ, ରାଜକିଶୋର ବାରିକ, କେନ୍ଦୁଝର- ପ୍ରହଲ୍ଲାଦ ପୂର୍ତ୍ତି, ଯୋଗେଶ ଅଗ୍ରୱାଲା, ଖୋର୍ଦ୍ଧା- ତରୁଣକାନ୍ତ ମିଶ୍ର, ମୋହନ ହେମ୍ବ୍ରମ, ଦେବାଶିଷ ମହାପାତ୍ର, କୋରାପୁଟ- ଭାରତ ବେମାଲ, ଅଖିଳ ଭତ୍ରା, ମୟୁରଭଞ୍ଜ ପୂର୍ବ- ଯଶୋବନ୍ତ ସିଂ ଲାଗୁରି, ନଳିନୀ ମହାନ୍ତି, ମୟୁରଭଞ୍ଜ ପଶ୍ଚିମ- ସୁଦର୍ଶନ ଜେନା, ନିରୋଜ ଲୋଚନ ଦାସ, ମାଲକାନଗିରି, ଲିପିକା ମାଝୀ, ବାଲୁଙ୍କେଶ୍ୱର ନାୟକ, ନବରଙ୍ଗପୁର- ନିମାଇ ସରକାର, ସିମାଞ୍ଚଳ ଗିରି ଉଲ୍ଲାକା, ନୂଆପଡ଼ା- ଦ୍ରେୀପଦୀ ମାଝୀ, ମୁରଲୀଧର ନାୟକ, ନୟାଗଡ଼- ସ୍ୱାଗତିକା ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ପୁରୀ- ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ପଟ୍ଟନାୟକ, ରାୟଗଡ଼ା- ବୁଜବଳ ମାଝୀ, କୃଷ୍ଣ ଚନ୍ଦ୍ର କୁଲଦୀପ, ରାଉରକେଲା- ରମେଶ କେରକେଟା, ଅମିତା ବିଶ୍ୱାଳ, ସମ୍ବଲପୁର- ବିରେନ ପଟ୍ଟନାୟକ, ସାନ୍ତନୁ ସାହୁ, ସୁବର୍ଣ୍ଣପୁର- ମୋତିଲାଲ ଦାସ, କମଳ ଚନ୍ଦ୍ର ଟାଣ୍ଡି,  ସୁନ୍ଦରଗଡ଼ ନିମନ୍ତେ ନଗେନ୍ଦ୍ର ପ୍ରଧାନ, ଅନନ୍ତ ସୟନ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking