ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ହେବା ପ୍ରସଙ୍ଗରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ପ୍ରତିକ୍ରିୟା ରଖି କହିଛନ୍ତି, ତୁରନ୍ତ କଠୋର ଆଇନ ନନେବାକୁ ଯାତ୍ରା ମାଲିକ ଅନୁରୋଧ କରିଛନ୍ତି । କିଛି ସମୟ ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା ମାଲିକ । ପୁଲିସ୍ ଓ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛି । ଅଶ୍ଳୀଳତାକୁ ନେଇ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛୁ । ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା ହୋଇଛି ।