27.1 C
Bhubaneswar
Friday, September 27, 2024
Homeଦେଶ ବିଦେଶମେଡିକାଲ କନଫେରେନ୍ସ ହଲରେ ଅଶ୍ଳୀଳ ଡ୍ୟାନ୍ସ ଭାଇରାଲ

ମେଡିକାଲ କନଫେରେନ୍ସ ହଲରେ ଅଶ୍ଳୀଳ ଡ୍ୟାନ୍ସ ଭାଇରାଲ

ବ୍ୟୁରୋ: ମେଡିକାଲ କନଫେରେନ୍ସ ହଲରେ ପରିବେଶଣ ହେଲା ଅଶ୍ଳୀଳ ଡ୍ୟାନ୍ସ । ଯାହା ଏବେ କେମିତି କେଜାଣି ବାହାରେ ଲିକ୍ ହୋଇଯାଇଛି । ଯାହାକୁ ଦେଖି ଲୋକେ କରୁଛନ୍ତି ନିନ୍ଦା ଆଉ ନିନ୍ଦା । ଆପଣ ସ୍କୁଲ ଓ କଲେଜରେ ହେଉଥିବା କାର୍ଯକ୍ରମରେ ଡ୍ୟାନ୍ସ ପରଫରମାନ୍ସ ଦେଖିଥିବେ । ଅନେକ ଥର ଆପଣ ବଡ ବଡ କମ୍ପାନୀରେ ବି ଦେଖିଥିବେ ବାର୍ଷିକ କାର୍ଯକ୍ରମ କିମ୍ବା କୌଣସି ଫଙ୍କସନରେ ମାହୋଲ ବନାଇବା ପାଇଁ ଡ୍ୟାନ୍ସ ଏବଂ ସିଗିଙ୍ଗ ପରଫରମାନ୍ସର ଆୟୋଜନ କରାଯାଇଥାଏ । ଯାହା ଅତି ସାଧାରଣ କଥା ମଧ୍ୟ । ହେଲେ ଏବେ ମେଡିକାଲ କନଫେରେନ୍ସ ହଲ ଭିତରେ ଯେଉଁଭଳି ଭାବେ ଡ୍ୟାନ୍ସ ପରିବେଷଣ ହେଉଛି ତାହା ଅତନ୍ତ ନିନ୍ଦନୀୟ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଭିଡିଓକୁ ଥରେ ଦେଖନ୍ତୁ ଯେଉଁଥିରେ ଜଣେ ଯୁବତୀ କିଛି ପୁରୁଷଙ୍କ ଆଗରେ ନାଚୁଛନ୍ତି ।

ଆଉ ସାମ୍ନାରେ ବସିଥିବା ପୁରୁଷମାନେ ବି ଏ ଯୁବତୀଙ୍କ ନାଚ ଦେଖି ଖୁବ୍ ଏଞ୍ଜୟ ମଧ୍ୟ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ଡ୍ୟାନ୍ସ ଚାଲିଛି ଆସୋସିଏସନ୍ ଅଫ୍ କୋଲନ ଆଣ୍ଡ ରେକ୍ଟାଲ ଅଫ୍ ଇଣ୍ଡିଆର ୪୭ତମ ଆନୁଆଲ ଡେ ଫଙ୍କସନରେ । ଡ୍ୟାନ୍ସ କରୁଥିବା ଯୁବତୀ ଜଣଙ୍କ କଟିଙ୍ଗ ସଟ୍ସ ସହିତ ମାଚିଙ୍ଗ କ୍ରପ ଟପ୍ ପିନ୍ଧିଛନ୍ତି । ଆଉ ଯୁବତୀ ଜଣଙ୍କ ସଠାରେ ଥିବା କିଛି ଯୁବକଙ୍କୁ ନିଜ ସହ ନାଚିବାକୁ ଆମନ୍ତ୍ରଣ ବି କରୁଛନ୍ତି । ଏପଟେ ହାତରେ ଡ୍ରିଙ୍କସ ଧରିଥିବା ପୁରୁଷମାନେ ବି ନିଜ ଡ୍ୟାନ୍ସ ମୁଭ୍ ଦେଖାଉଛନ୍ତି ।

କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ମେଡିକାଲ କନଫେରେନ୍ସ ଭିତରେ ଏମିତି ସବୁ ହେଉଛି । ଯାହାକୁ ଦେଖି ଆପଣ ଅନୁମାନ ଲଗାନ୍ତୁ ରୋଗୀଙ୍କ ଅବସ୍ଥା ଏଠି କଣ ହେଉଥିବ । ସୋସିଆଲ ମିଡିଆରେ ମେଡିକାଲ କନଫେରେନ୍ସ ହଲରେ ଏଭଳି ଗତିବିଧିକୁ ଦେଖି ଜଣେ ୟୁଜର ଲେଖିଛନ୍ତି, ମୁଁ ଜାଣିବାକୁ ଚାହୁଁଛି କଣ ଏହା ମାନବ ଶରୀର ରଚନା ବିଜ୍ଞାନରେ ଏକ ପ୍ରଶିକ୍ଷଣ । ବୃଦ୍ଧ ଡାକ୍ତରଙ୍କ ଦ୍ୱାରା ସାର୍ବଜନିକ ଭାବେ ଏମିତି ମହିଳାଙ୍କୁ ଧରି ନାଚିବା ଚିକିତ୍ସା ପଦ୍ଧତିର କେଉଁ ଅଂଶ । ତେବେ ଏଭଳି ଅନେକ ଲୋକ ଏ ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର ମତ ଦେଇଛନ୍ତି । ତେବେ ଅନପକ୍ଷରେ ଆଉ କିଛି ୟୁଜର୍ସ ଏହାକୁ ମଜାଦାରବୋଲି ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking