21.1 C
Bhubaneswar
Wednesday, February 11, 2026
Homeଓଡିଶାବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓବିସି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧିଦଳ

ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓବିସି ମୋର୍ଚ୍ଚାର ଉଚ୍ଚସ୍ତରୀୟ ପ୍ରତିନିଧିଦଳ

 ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ

 ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ
 ପଂଚାୟତ ଓ ପୈାର ନିର୍ବାଚନରେ ପଛୁଆବର୍ଗ ପ୍ରାର୍ଥୀମାନଙ୍କ ପାଇଁ ୨୦୨୨ ମସିହାଠାରୁ ବନ୍ଦ ଥିବା ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ପୁନଃକାର୍ଯ୍ୟକ୍ଷମ
 ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନର ପୁନରୁଦ୍ଧାର ପ୍ରସ୍ତାବ
 ପଛୁଆ ବର୍ଗଙ୍କ ପାଇଁ ରାଜ୍ୟର ଏକ ସ୍ୱତନ୍ତ୍ର ବିଭାଗ ଖୋଲୁ

ଭୁବନେଶ୍ୱର : କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ପଛୁଆ ବର୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣମୁଳକ ଯୋଜନାଗୁଡିକର ଉପଯୁକ୍ତ କାର୍ଯ୍ୟାନ୍ୱୟନ କରୁଥିବାବେଳେ ରାଜ୍ୟରେ ବିଗତ ବିଜେଡି ସରକାରର ଆନ୍ତରିକତାର ଅଭାବ କାରଣରୁ ପଛୁଆବର୍ଗର ବ୍ୟକ୍ତିବିଶେଷ ଏ ସମସ୍ତ ସୁବିଧାରୁ ବଂଚିତ ହୋଇଛନ୍ତି । କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାରମାନେ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଓଡିଶାରେ ହଜାର ହଜାର ଓବିସି ଓ ଏସଇବିସି ବର୍ଗ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହେଇଛନ୍ତି । ସେହିପରି ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗର ଲୋକମାନଙ୍କୁ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାରେ ପ୍ରତାରଣା କରିଛି ବିଜେଡି ସରକାର । ପଂଚାୟତ ଓ ପୈାର ନିର୍ବାଚନରେ ପଛୁଆବର୍ଗ ପ୍ରାର୍ଥୀମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ବିଜେଡି ସରକାର ୨୦୨୨ ମସିହାଠାରୁ ବନ୍ଦ କରିଦେଇଛନ୍ତି । ଦେଶର ସବୁ ରାଜ୍ୟରେ ଓବିସି ଫାଇନାନ୍ସ ଡେଭେଲପମେଂଟ କର୍ପୋରେସନ ମାଧ୍ୟମରେ ପଛୁଆ ବର୍ଗର ଯୁବକଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପାଇଁ ଋଣ ତଥା ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରିବାର ପ୍ରାବଧାନ କେନ୍ଦ୍ର ସରକାର କରିଛନ୍ତି । କିନ୍ତୁ, ଓଡିଶାରେ ଏହି ଋଣ ଅର୍ଥକୁ ଦଳୀୟ ଭିତିରେ ଆବଂଟନ କରି ୨୦୦୮ ମସିହାଠାରୁ ସଂପୂର୍ଣ୍ଣ ଅଚଳ କରିଦିଆଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ନିଗମର ପୁନରୁଦ୍ଧାର କରାଗଲେ ଓଡିଶାର ଲକ୍ଷ ଲକ୍ଷ ଯୁବକ ଯୁବତୀ ଆତ୍ମନିର୍ଭର ହୋଇପାରନ୍ତେ । ବିଜେଡି ସରକାର ଦ୍ୱାରା ପଛୁଆ ବର୍ଗ ସର୍ଭେର ଏକ ପ୍ରହସନ ଚଲାଇ ଓବିସି ବର୍ଗକୁ ଛଳନା କରାଯାଇଛି । ରାଜ୍ୟର ଏକ ସ୍ୱତନ୍ତ୍ର ବିଭାଗ ଖୋଲାଗଲେ, ୫୪ ପ୍ରତିଶତ ପଛୁଆ ବର୍ଗ ଲୋକମାନେ ବିଶେଷ ଉପକୃତ ହୋଇପାରନ୍ତେ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ଓବିସି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗଗୁଡିକୁ ଅଗ୍ରାଧିକାର ଭିତିରେ ବିଚାର କରିବା ପାଇଁ ନିବେଦନ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ସୁକାନ୍ତ ବିଶ୍ୱାଳ, ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ସିଦ୍ଧାର୍ଥ ପତି, ସନ୍ତୋଷ ମହାପାତ୍ର, ବିବେକାନନ୍ଦ ଜେନା, ରଶ୍ମୀରଂଜନ ମୁଦୁଲି, ଜଗଦୀଶ ପ୍ରଧାନ, ସୁବୋଧ ବାରିକ, ରଂଜିତା ନାୟକ, ମନ୍ଦାକିନୀ ପାତ୍ର ପ୍ରମୁଖଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking