ଭୁବନେଶ୍ୱର: ରାଜ୍ୟରେ ଓଏଏସ ସଂଘର ସମୂହ ଧର୍ମଘଟ ଜାରି ରହିଛି । ଏନେଇ ସ୍ପଷ୍ଟ କଲେ ସଂଘର ସଭାପତି ଜ୍ୟୋତି ମିଶ୍ର । ଦାବି ପୂରଣ ନହେବା ଯାଏଁ କାଯ୍ୟ ବନ୍ଦ ଜାରି ରହିବ । ବନ୍ୟା ଅଞ୍ଚଲରେ ଆମ ଅଫିସର କାଯ୍ୟ କରୁଛନ୍ତି । ରଥଯାତ୍ରାରେ ପ୍ରାୟ ୧୦୦ ଅଫିସର ମଧ୍ୟ କାଯ୍ୟ କରୁଛନ୍ତି । ଅନ୍ୟପଟେ ଓଏଏସ ଅଧିକାରୀଙ୍କ ଆନ୍ଦୋଳନ ନେଇ ସଂଘ ପ୍ରତିକ୍ରିୟା ରଖିଛି । କହିଛି, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ଆନ୍ଦୋଳନ ଜାରି ରଖି ବନ୍ୟା ଅଞ୍ଚଳରେ କାମ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚିତ ଆକ୍ସନ ନେବେ । ଏହା ସହିତ ଆହୁରି କହିଛନ୍ତି, ମାସମାସ ଧରି ତଦନ୍ତ ଚାଲିଲେ ହେବନି । ୩ ଦିନ ଭିତରେ ତଦନ୍ତ ସରିବା ଦରକାର । ସରକାର ଆକ୍ସନ ନେବା ଦରକାର । ସୂଚନା ଥାଉକି, ସୋମବାର ଦିନ ବିଏମସି ଅଫିସରେ ପଶି ଅତିରିକ୍ତ କମିଶନରଙ୍କୁ ଘୋଷାଡି ଆଣି ମାଡ ମାରିଥିଲେ ୫ରୁ ୬ ଜଣ ବ୍ୟକ୍ତି ।