28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା: ୨ ଗିରଫ

ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା: ୨ ଗିରଫ

ରାଜସ୍ଥାନ: ରାଜସ୍ଥାନର ଖୈରଥଲ-ତିଜାରା ଜିଲ୍ଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଏକ ଭଡା ଘରେ ରହୁଥିବା ୨୦ ବର୍ଷୀୟ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି ବୋଲି ପୋଲିସ ଶନିବାର ଦିନ କହିଛି। ଘଟଣାଟି ଶୁକ୍ରବାର ଅପରାହ୍ନରେ ମୁଣ୍ଡୱାର ପୋଲିସ ଷ୍ଟେସନ ସାମ୍ନାରେ ଥିବା ଏକ ଆବାସିକ କୋଠାରେ ଘଟିଛି। ହରିୟାଣାର ମହେନ୍ଦ୍ରଗଡ଼ର ବାସିନ୍ଦା ଅଭିଯୁକ୍ତ ଉପେନ୍ଦ୍ର କୁମାରଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଉପେନ୍ଦ୍ର କୁମାର (୨୧) ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଅପହରଣ, ବଳାତ୍କାର ଏବଂ ପରେ ହତ୍ୟା କରାଯାଇଛି। ଅଭିଯୋଗ ଆଧାରରେ ଉପେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking