14.1 C
Bhubaneswar
Saturday, December 6, 2025
Homeଓଡିଶାନର୍ସିଂ ଏକ ମହାନ୍ ବୃତି : ସୋଆ ଉପସଭାପତି

ନର୍ସିଂ ଏକ ମହାନ୍ ବୃତି : ସୋଆ ଉପସଭାପତି

ଭୁବନେଶ୍ୱର: ନର୍ସିଂ ଏକ ମହାନ୍ ଓ ଉତମ ବୃତି ଏବଂ ମାନବ ସେବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜ -୨ର (୨୦୨୪-୨୮) ବିଏସ୍‌ସି ନର୍ସିଂ ପ୍ରଥମ ବ୍ୟାଚର ଶନିବାର ଲ୍ୟାମ୍ପ ଲାଇଟିଂ ଓଥ୍ ଟେକିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତି ଦାସ । ଶ୍ରୀମତି ଦାସ କହିଛନ୍ତି ଯେ ଲ୍ୟାମ୍ପ ଲାଇଟିଂ ସମାରୋହ ମାଧ୍ୟମରେ ନର୍ସିଂ ଭଳି ମହାନ ବୃତିରେ ପ୍ରବେଶ କରିଥାନ୍ତି । ଏହା ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ । ଏହି ଶପଥ ପାଠ ସେମାନଙ୍କୁ ଯତ୍ନ ଏବଂ ସେବାର ଶିକ୍ଷା ପ୍ରଦାନ କରିବ ବୋଲି ଶ୍ରୀମତି ଦାସ କହିଛନ୍ତି ।

ଏହି ଅବସରରେ ଆଡିସ୍‌ନାଲ୍ ଡାଇରେକ୍ଟର ଡିଏମ୍‌ଇଟି ଡକ୍ଟର ଉମାକାନ୍ତ ଶତପଥୀ ସ୍ୱତନ୍ତ୍ର ଅତିିଥି ଭାବେ ଯୋଗ ଦେଇ ଫ୍ଲୋରେନ୍ସ ନାଇଟେଙ୍ଗଲଙ୍କ ମନୋଭାବ ଏବଂ ପଥକୁ ପାଥେୟ କରି ଶିକ୍ଷା ଗ୍ରହଣ କରିବା ସହ ନିଜ ବୃତିରେ ଆଗେଇବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଓଏନ୍‌ଏମ୍‌ଇବିର ସେକ୍ରେଟାରୀ ଶ୍ରୀମତି ବାସନ୍ତି ବେହେରା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସି କଲେଜ -୨ର କୋଅର୍ଡିନେଟର ଶ୍ରୀମତି ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌ଏନ୍‌ସିର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ଶପଥ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking