34.1 C
Bhubaneswar
Tuesday, July 22, 2025
Homeଓଡିଶାବାରିପଦାର ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ।, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ବାରିପଦାର ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ।, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ବାରିପଦା: ବାରିପଦାର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ। ଆଜି ଭୋର୍‌ ସମୟରେ ବାରିପଦା ନର୍ସିଂହୋମ୍‌ର ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରେ ନିଆଁ ଲାଗିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍‌ ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ବାରିପଦା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା ଏବଂ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚିବା ବେଳକୁ ପରିବେଶ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯିବା ସହ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ।ଏହି ସମୟରେ ନର୍ସିଂହୋମ୍‌ରେ ଥିବା ୪ଜଣ ରୋଗୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାରିପଦା ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏସି ସର୍ଟସର୍କିଟ୍ ଯୋଗୁଁ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି। । ନର୍ସିଂହୋମରେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ନର୍ସିଂହୋମକୁ ଫାୟାର ସୁରକ୍ଷା ନେଇ ଯାଞ୍ଚ୍ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking