ଭଦ୍ରକ: ଘର ଭିତରୁ ଅବସରପ୍ରାପ୍ତ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଟାଉନ ଥାନା ବନ୍ତ ଛକରେ ଥିବା ଘରୁ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ଚାଦର ବାନ୍ଧି ଜୀବନ ହାରିଥିବା ଅନୁମାନ କରାଯାଉଛି । ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ତଦନ୍ତ କରୁଛି ପୋଲିସ । ନର୍ସଙ୍କ ମୃତ୍ୟୁ ପରେ ପିରବାର ଏବଂ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










