36.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଦିଲ୍ଲୀରେ ବଢ଼ିଲା ଜିଲ୍ଲା ସଂଖ୍ୟା: ୧୧ ନୁହେଁ ୧୩ ଜିଲ୍ଲା

ଦିଲ୍ଲୀରେ ବଢ଼ିଲା ଜିଲ୍ଲା ସଂଖ୍ୟା: ୧୧ ନୁହେଁ ୧୩ ଜିଲ୍ଲା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ୧୧ ବଦଳରେ ୧୩ଟି ଜିଲ୍ଲା ରହିବ। ଏହି ୧୩ଟି ଜିଲ୍ଲା ଏବଂ ସେମାନଙ୍କ ସମ୍ପୃକ୍ତ ଉପବିଭାଗର ଏକ ତାଲିକା ପ୍ରକାଶ କରାଯାଇଛି। ଏହା ବ୍ୟତୀତ, ରାଜସ୍ୱ ଜିଲ୍ଲା ଏବଂ ନଗର ନିଗମର ସୀମା ଏବେ ସ୍ଥିର ରହିବ । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହା ଶାସନକୁ ଆହୁରି ସୁଗମ କରିବ।  ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା ହେଉଛି ପୁରୁଣା ଦିଲ୍ଲୀ, ସେଣ୍ଟ୍ରାଲ ନର୍ଥ ଏବଂ ଆଉଟର୍ ଦିଲ୍ଲୀ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଜିଲ୍ଲା, ଶାହଦରାକୁ ଦିଲ୍ଲୀର ଜିଲ୍ଲା ଲିଷ୍ଟରୁ ହଟାଇ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କହିବା କଥା, ଜିଲ୍ଲା ପ୍ରଶାସନ ଯେକୌଣସି ଶାସନର କେନ୍ଦ୍ରବିନ୍ଦୁ ଏବଂ ଜନସାଧାରଣଙ୍କ ଜୀବନର ନିକଟତମ ସରକାରୀ ଅଫିସ୍ । ଦିଲ୍ଲୀର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ନିର୍ମାଣ କାର୍ଯ୍ୟକଳାପ, ସହରାଞ୍ଚଳ ପ୍ରସାର ଏବଂ ନାଗରିକ ସେବାର ଜଟିଳତାକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନକୁ ଅଧିକ ସଂଗଠିତ, ପ୍ରଭାବଶାଳୀ ଏବଂ ଉତ୍ତରଦାୟୀ କରିବା ଆବଶ୍ୟକ ଥିଲା । ଯେଉଁ କାରଣ ପାଇଁ ଦିଲ୍ଲୀରେ ଜିଲ୍ଲା ସଂଖ୍ୟାକୁ ବୃଦ୍ଧି କରାଯାଇଛି ।ଦୀର୍ଘ ସମୟ ଧରି ଦିଲ୍ଲୀର ରାଜସ୍ୱ ଜିଲ୍ଲାଗୁଡ଼ିକର ସୀମା ପୌରାଞ୍ଚଳ ଜୋନ୍, NDMC ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡର ସୀମା ସହିତ ସମାନ ନଥିଲା। ଯାହା ଫଳରେ କି ଏହା ନିୟମିତ ଭାବରେ ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବ ହେଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking