21.1 C
Bhubaneswar
Tuesday, February 24, 2026
Homeଓଡିଶାବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ନୂଆପଡ଼ା ଏନ୍‌ଏସି ଚେୟାରମ୍ୟାନ ଆଦମ୍ ଖାନ

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ନୂଆପଡ଼ା ଏନ୍‌ଏସି ଚେୟାରମ୍ୟାନ ଆଦମ୍ ଖାନ

ନୂଆପଡ଼ା/ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି। ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି। ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି। ଏହାର ପ୍ରତିଫଳନ ଆଜିର ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି। ଏହି ମିଶ୍ରଣ ଦ୍ୱାରା ନୂଆପଡ଼ା ଜିଲ୍ଲାରେ ବିଜେପି ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନୂଆପଡ଼ା ଗସ୍ତରେ ଆସି କହିଛନ୍ତି।

ନୂଆପଡ଼ା କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନୂଆପଡ଼ା ଏନ୍‌ଏସି ଚେୟାରମ୍ୟାନ ଆଦମ୍ ଖାନ ବିଜେଡି ଛାଡ଼ି ଆନୁଷ୍ଠାନିକଭାବେ ବିଜେପିରେ ଯୋଗଦେଇଛନ୍ତି। ଏହି ଅବସରରେ କାଉନ୍‌ସିଲର ଧର୍ମରାଜ ସବାର, ସଂଗୀତା ପରେଖ, ଥାନେଶ୍ୱରୀ ସାହୁ, ଶିବାନନ୍ଦ ପାତ୍ର, ଧନେଶ୍ୱରୀବିମଳ ସାହୁ, ରାନୁ ସାହୁ, ମଳୟ ରଞ୍ଜନ ମଣ୍ଡଳ, ଭଗବତୀ ଦଣ୍ଡସେନା ପ୍ରମୁଖ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଳ ହୋଇଥିଲେ। ସେହିପରି ନୂଆପଡ଼ା ଏନ୍‌ଏସି ସଦସ୍ୟ ଗୋପି ସୁନା, ଲଖନ ସାହୁ, ଜଗ୍‌ଦିଶ ସାହୁ, ନରତୋମ ସାହୁ, ଦୁଧନାଥ ସାହୁ, ଭୂଷଣ ସାହୁ, ରାଜେଶ ପଟେଲ, ଗଣେଶ ପଟେଲ, ବବ୍‌ଲୁ ଖାନ, ଆବସ ଖାନ, ମହେନ୍ଦ୍ର ସାହୁ, ହରପ୍ରସାଦ ମାଝୀ, ମାନ ସିଂ ସାହୁ, ଘନଶ୍ୟାମ ସାହୁ, ନନ୍ଦ କିଶୋର ସାହୁ, ହେମ୍ କୁମାର ସାହୁ, ପ୍ରେମ ମାଝୀ, ପିଥୁଲାଲ ସାହୁ, ଗୋରଖନାଥ ସାହୁ, ବିରୁ ମହାନନ୍ଦ, ଟିକୁ ସାହୁ, ସଜ୍ଜନ ବରିହା, ସଞ୍ଜୟ ବାଗ, ଅଶୋକ ମହାରଣା, ଭାକୁଲ ସାହୁ, ବାଲକୁମାର ପଟେଲ, ଦେଓ କୁମାର ପଟେଲ, ସୀମାଲିନୀ ପଣ୍ଡା, ପ୍ରମିଳା ମଣ୍ଡଳ, ସୁନିତା ବର୍ମା, ଗଙ୍ଗା ଦଣ୍ଡ ସେନା, ଜମୁନା ଦଣ୍ଡସେନା, ଲେଶ ବାରିକ, ମନିଷା ରାଉତ, ଉତର ସବାର, ଲୀଳା ଦଣ୍ଡସେନା, ଯବନ୍ତୀ ସାହୁ, ପବନବାଇ ରାଉତ, ଲକ୍ଷ୍ମୀ ସବାର, ବିମଳ ସାହୁ ଏବଂ ଓମ୍‌କାର ସାହୁ ବିଜେପିରେ ଯୋଗଦେଇଛନ୍ତିି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସାଂସଦ ମାଳବିକା ଦେଓ, ବିଧାୟକ ଜୟ ଢ଼ୋଲକିଆ, ଖରିଆରୋଡ ଏନ୍‌ଏସ୍‌ି ଚେୟାର ମ୍ୟାନ ସୋନିଆ ଜଏନ୍‌, ନୂଆପଡ଼ା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ବରିଷ୍ଠ ନେତା ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking