ନୁଆଁପଡ଼ା: ପୁର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ବର୍ତ୍ତମାନ ନୂଆପଡ଼ାରେ ଚାଲିଛି ବିଧାନସଭା ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠୁଁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ ସାଂସଦ ବର୍ତ୍ତମାନ ନୂଆପଡ଼ାରେ କରୁଛନ୍ତି ନିର୍ବାଚନୀ ପ୍ରଚାର । ଏହା ବ୍ୟତିତ ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ଜୟ ଙ୍କ ମାତା ତଥା ପୁର୍ବତନ ବିଧାୟକ ରାଜେନ୍ଦ୍ର ଙ୍କ ପତ୍ନୀ କଳ୍ପନା ଢୋଲକିଆ । ସାଂସଦ ନବଚରଣ ମାଝୀ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସହ ମିଶି ନୂଆପଡା ବ୍ଲକ୍ ସାହିପଲl ଗ୍ରାମପଂଚାୟତରେ ନିର୍ବାଚନ ପ୍ରଚାର କରିଛନ୍ତି l ନିର୍ବାଚନୀ ସଭାରେ ବ୍ୟାପକ ଜନସମାଗମ ଦେଖିବାକୁ ମିଲିଛି l










