24.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ନିର୍ବାଚନ: ୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟରେ ଆଗୁଆ ବିଜେପି

ନୂଆପଡା ନିର୍ବାଚନ: ୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟରେ ଆଗୁଆ ବିଜେପି

ନୂଆପଡା: ଆସିଲା ନୂଆପଡା ୧୮ ରାଉଣ୍ଡ ଗଣତିର ଫଳାଫଳ । ୫୯ ହଜାର ୯୧୨ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ । ୧୮ ରାଉଣ୍ଡ ସୁଦ୍ଧା ଜୟ ଡୋଲକିଆଙ୍କୁ ୮୮ ହଜାର ୨୭୮ ଭୋଟ୍ ମିଳିଛି । ପୁଣି ଦ୍ୱିତୀୟ ସ୍ଥାନକୁ ଉଠିଲେ ଘାସିରାମ ମାଝୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୮ ହଜାର ୩୬୬ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୭ ହଜାର ୪୩୮ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି । ପ୍ରଥମ ରାଉଣ୍ଡର ଗଣତି ସରିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ । ଏନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking