ନୂଆପଡା: ସୁରୁଖୁରୁରେ ଚାଲିଛି ନୂଆପଡା ଉପନିର୍ବାଚନ । ପ୍ରିଜାଇଡିଂ ଅଫିସର ସସପେଣ୍ଡ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ । କୁଳିଆ ବନ୍ଧ ୩୬ ନଂ ବୁଥର ଧନଞ୍ଜୟ ମଲ୍ଲିକ ସସପେଣ୍ଡ ହୋଇଛନ୍ତି । ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସସପେଣ୍ଡ ପରେ ବିଭାଗ ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି । ସିସିଟିଭିରେ ମନିଟର କରୁଛୁ । ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଆହୁରି କହିଛନ୍ତି, ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ।










