20.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡା ଉପନିର୍ବାଚନ: ୧୪ ରାଉଣ୍ଡ ସୁଦ୍ଧା ୪୬ ହଜାର ୭୧୩ ଭୋଟରେ ଆଗୁଆ ବିଜେପି

ନୂଆପଡା ଉପନିର୍ବାଚନ: ୧୪ ରାଉଣ୍ଡ ସୁଦ୍ଧା ୪୬ ହଜାର ୭୧୩ ଭୋଟରେ ଆଗୁଆ ବିଜେପି

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ୧୪ ରାଉଣ୍ଡ ସୁଦ୍ଧା ୪୬ ହଜାର ୭୧୩ ଭୋଟରେ ଆଗୁଆ ଜୟ ଢୋଲକିଆ। ୧୪ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୮,୫୬୪ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୧, ୮୫୧ ଭୋଟ ମିଳିଛି। ତୃତୀୟ ସ୍ଥାନରେ ଘାସିରାମଙ୍କୁ ୨୧, ୪୬୦ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି। ପ୍ରଥମ ରାଉଣ୍ଡର ଗଣତି ସରିଛି।  ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ।  ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking