24.1 C
Bhubaneswar
Friday, March 20, 2026
Homeଓଡିଶା ନୂଆପଡା ଉପନିର୍ବାଚନ: ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟରେ ବିଜେପି ଆଗୁଆ

 ନୂଆପଡା ଉପନିର୍ବାଚନ: ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟରେ ବିଜେପି ଆଗୁଆ

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ। ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୪୩ ହଜାର ୨୩୪ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି ।ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୨୦,୧୦୩ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି । ପ୍ରଥମ ରାଉଣ୍ଡର ଗଣତି ସରିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ  ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

ନୂଆପଡା ଉପନିର୍ବାଚନ: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ୪୦ ହଜାର ୩୧୩ ଭୋଟରେ ଆଗୁଆ ବିଜେପି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking