15.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡା ଉପନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ବିଜେପି

ନୂଆପଡା ଉପନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ବିଜେପି

ନୂଆପଡା: ନୂଆପଡାରେ ବଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ସପ୍ତମ ରାଉଣ୍ଡ ସୁଦ୍ଧା ୨୫ହଜାର ୩୪୬ ଭୋଟରେ ଆଗୁଆ ଜୟ ଢୋଲକିଆ । ଜୟ ଢୋଲକିଆଙ୍କୁ ୩୬ ହଜାର ୮୮ ଭୋଟ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦ ହଜାର  ୭୪୨ ଭୋଟ ମିଳିଛି ।  ତୃତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୯ ହଜାର ୪୭୪ ଭୋଟ ମିଳିଛି ।  ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ  ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି ।  ପ୍ରଥମ ରାଉଣ୍ଡର ଗଣତି ସରିଛି ।  ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।  ଏବଂ  ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ ।  ଏନେଇ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

ନୂଆପଡା ଉପନିର୍ବାଚନ: ଷଷ୍ଠ ରାଉଣ୍ଡ ସୁଦ୍ଧା ୨୧ ହଜାର ୯୯୫ ଭୋଟରେ ଆଗୁଆ ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking