16.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡା ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ଭୋଟରେ ବିଜେପି ଆଗୁଆ  

ନୂଆପଡା ଉପନିର୍ବାଚନ: ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ଭୋଟରେ ବିଜେପି ଆଗୁଆ  

ନୂଆପଡା: ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮ ହଜାର ୩୯୮ ଭୋଟରେ ଆଗୁଆ ଜୟ ଢୋଲକିଆ । ପଞ୍ଚମ ରଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୨୫୧୯୫ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ କଂଗ୍ରେସରେ ଘାସିରାମଙ୍କୁ ୬୭୯୭ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୬୫୩୮ ଭୋଟ ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି ।ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ ପୋଷ୍ଟାଲ ବାଲାଟ ଓ ଇଭିଏମ ଗଣତି ଚାଲିଛି । ପ୍ରଥମ ରାଉଣ୍ଡର ଗଣତି ସରିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏବଂ ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ । ଏନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୫୮ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ ରାଉଣ୍ଡରେ ଭୋଟ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking