ନୂଆପଡା: ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରେ ଆରମ୍ଭ ହୋଇଥିଲା ମତଦାନ । ୩ଟା ସୁଦ୍ଧା ନୂଆପଡାରେ ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୫.୫୬% ଭୋଟ୍ ଦାତା ଭୋଟ୍ ଦେଇ ସାରିଲେଣି । ପୂର୍ବରୁ ୧ଟା ସୁଦ୍ଧା ୫୧.୪୨ ପ୍ରତିଶତ ଭୋଟ ଦାତା ଭୋଟ ଦେଇଥିଲେ । ଦିନ ୧୧ଟା ସୁଦ୍ଧା ନୂଆପଡାରେ ୩୨.୫୧% ଭୋଟିଂ ସରିଥିଲା। ୯ଟା ସୁଦ୍ଧା ମତଦାନ ୧୪.୯୯% ରେକର୍ଡ କରାଯାଇଥିଲା । ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ଅତିସମ୍ବେଦନଶୀଳ ବୁଥରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ।










