21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶନୂଆପଡା ଉପନିର୍ବାଚନ: ୧ଟା ସୁଦ୍ଧା ୫୧.୪୨% ମତଦାନ

ନୂଆପଡା ଉପନିର୍ବାଚନ: ୧ଟା ସୁଦ୍ଧା ୫୧.୪୨% ମତଦାନ

ନୂଆପଡା: ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନରେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୋଟ ୫୧.୪୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଦିନ ୧୧ଟା ସୁଦ୍ଧା ନୂଆପଡାରେ ୩୨.୫୧% ଭୋଟିଂ ସରିଛି। ପୂର୍ବରୁ ୯ଟା ସୁଦ୍ଧା ୧୪.୯୯% ମତଦାନ କରିଥିଲେ। ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ଭୋଟ୍ ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ଏହି ନିର୍ବାଚନ ପାଇଁ ବିଜେପିରୁ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଭୋଟ୍‌ ଦେଇଛନ୍ତି। ସେହିପରି ସକାଳ ୯ଟା ସୁଦ୍ଧା ନୂଆପଡାରେ ୧୪.୯୯% ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନେତା ବାଛିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ , ୧ ଲକ୍ଷ ୨୯ ହଜାର ୪୯୫ ମହିଳା, ୧୭୮୬ ଜଣ ବରିଷ୍ଠ ନାଗରିକ, ୯୪୨୯ ଜଣ ନୂଆ ଭୋଟର ଓ ୩୯୮୮ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ଭୋଟଗ୍ରହଣ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking