27.1 C
Bhubaneswar
Tuesday, March 31, 2026
Homeଓଡିଶାନୂଆପଡା ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ବୈଠକ

ନୂଆପଡା ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ବୈଠକ

ନୂଆପଡାରେ ବିଜେଡି ପ୍ରତି ବଢୁଛି ଆକର୍ଷଣ, ଯୋଗଦାନ କଲେ ଶତାଧିକ ମତ୍ସ୍ୟଜୀବୀ
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପକ୍ଷରୁ ନୂଆପଡା ନିର୍ବାଚନ ମଣ୍ଡଳୀର ନୂଆପଡା ବ୍ଲକ ଜୋନ-୯ ଅନ୍ତର୍ଗତ ମୋଟାନୂଆପଡା ଓ ଖୁତବେନ ଭିରା ପଞ୍ଚାୟତର ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ନେଇ ଉଭୟ ପଞ୍ଚାୟତରେ କର୍ମକର୍ତ୍ତା ବୈଠକ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜିତ ମହାନ୍ତି ଦଳୀୟ କର୍ମୀଙ୍କୁ ବିଜୁ ଜନତା ଦଳକୁ ବିପୁଳ ଭୋଟ୍ରେ ବିଜୟୀ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଭୋଟର ମାନଙ୍କ ପାଖକୁ ଯାଇ ନୂଆପଡ଼ାର ବିକାଶ ପାଇଁ ଶଙ୍ଖ ଚିହ୍ନରେ ବିପୁଳ ବିଜୟ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ଶତାଧିକ ମତ୍ସ୍ୟଜୀବୀ ଯୋଗଦାନ କରିଥିଲେ ।

ସଭାରେ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ କିପରି ନୂଆପଡାରେ ପୁନଃ ବିଜୟ ଲାଭ କରିବ, ସେ ନେଇ କର୍ମୀଙ୍କ ସହ ଆଲୋଚନା ପୂର୍ବକ ରଣନୀତି ପ୍ରସ୍ତୁତ କରିଥିଲେ । ସଭାରେ ଦଳର ଉଭୟ ପଞ୍ଚାୟତର ଶତାଧିକ କର୍ମୀ, ସମର୍ଥକଙ୍କ ସମେତ ଯୁବ ବିଜେଡ଼ି ନେତା ମନୋଜ ସେନାପତି, ଶିବାନନ୍ଦ ପରିଛା, ରାକେଶ ପଣ୍ଡା, ଛାତ୍ରନେତା ଦେବଜ୍ୟୋତି ପଟ୍ଟନାୟକ, ଲିଲେଶ୍ୱର ରାଉତ, ବିଜୟ ଶଙ୍କର ମାଝୀ, ଉମେଶ ଉଜିର, ଦୀନେଶ ଉଜିର, ମହେଶରାମ ମାଝୀ, ତାତୁରାମ ପାଣ୍ଡେ, ବିଦ୍ୟାଚରଣ ଦାନୀ, ମଲ୍ଲିକ କୁମାର ବାଗ ପ୍ରମୁଖ ଉପସ୍ଥିତ ହୋଇ ଦଳ ପ୍ରତି ନିଜର ନିଷ୍ଠା ଓ ସମର୍ପଣ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଗ୍ରାମ୍ୟ ସ୍ତରରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତ କର୍ମୀ ଏକତ୍ର ଓ ସକ୍ରିୟ ଭାବେ ଅଭିଯାନ ଜାରି ରଖିବାକୁ ଆହ୍ୱାନ ଜଣାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking