18.1 C
Bhubaneswar
Wednesday, February 4, 2026
Homeଓଡିଶାନବୀନଙ୍କୁ ଭେଟିଲେ ନୂଆପଡା ବିଜେଡି ନେତା

ନବୀନଙ୍କୁ ଭେଟିଲେ ନୂଆପଡା ବିଜେଡି ନେତା

ଭୁବନେଶ୍ୱର:  ନୂଆପଡା ବିଜୁ ଜନତା ଦଳ ର ନେତା ମାନେ ଆଜି ପୂର୍ବାହ୍ନ ରେ ନବୀନ ନିବାସ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ନିକଟରେ ଶେଷ ହୋଇଥିବା ନୂଆପଡା ଉପ ନିର୍ବାଚନ ଓ ଧାନ ମଣ୍ଡି ରେ ଜିଲ୍ଲା ର ଚାଷୀ ମାନେ ସମୁଖୀନ ହେଉ ଥିବା ସମସ୍ୟା ବିଷୟରେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ସଦ୍ୟ ସମାପ୍ତ ନୂଆପଡା ଉପନିର୍ବାଚନ ରେ ହୋଇଥିବା ଅନିୟମିତତା ସମ୍ପର୍କରେ ସେମାନେ ବିଜେଡି ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ସେହିପରି ଧାନ ସଂଗ୍ରହ ରେ ନୂଆପଡା ଜିଲ୍ଲା ରେ ଚାଷୀମାନେ ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ସେମାନେ ଶ୍ରୀ ପଟ୍ଟନାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ. ଏହି ପ୍ରତିନିଧିମଣ୍ଡଳୀ ରେ ନୂଆପଡା ବିଧାୟକ ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅବନୀ ଯୋଶୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ମିଶ୍ର,ଜିଲ୍ଲା ପରିଷଦ ଉପସଭାପତି ଶ୍ରୀ ଭାନୁ ପ୍ରସାଦ ସିଂହ ମାଝୀ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟ ନେତା ମନେ ଉପସ୍ଥିତ ଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking