ଢେଙ୍କାନାଳ : ଏବେ ପରୀକ୍ଷା ରତୁ ଆରମ୍ଭ ହୋଇଯାଇଛି। ଜାତୀୟସ୍ତରରେ ସିବିଏସ୍ଇ,ଆଇସିଏସଇ ଏବଂ ବିଭିନ୍ନ ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଦୀର୍ଘ ୧୦ବର୍ଷର ତପସ୍ୟାର ଫଳ ଭାବରେ ମାଟ୍ରିକ ପରୀକ୍ଷାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ଏ ଥିନିମନ୍ତେ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାବିଭାଗ ସରକାର ବିଶେଷ ତପ୍ରତା ପ୍ରକାଶ କରିବାର ଦେଖାଯାଏ। ପରୀକ୍ଷା ଦେଉଥିବାଛ ।ତ୍ରଛାତ୍ରୀମାନଙ୍କ ଶାରୀରିକ, ମାନସିକ ଓ ଆଧ୍ୟାମିକ ସୁସ୍ଥତା ପ୍ରତି ସମସ୍ତଙ୍କର ଦାୟିତ୍ୱ ରହିବା ଆବଶ୍ୟକ । ଯେ କୌଣସି ମତେ ପରୀକ୍ଷାରେ ଭଲ ନମ୍ବର ରଖ୍ବା ପାଇଁ ଚାପ ରହିଥାଏ। ତେଣୁ ଛାତ୍ରଛାତ୍ରୀ ଓ ସେମାନଙ୍କର ପିତାମାତା ଓ ଅଭିଭାବକ କେତେକ ନିଷୟ ପ୍ରତି ଦୃଷ୍ଟି ଦେଲେ ପରୀକ୍ଷା ଜନିତ ଚାପ ଲାଘବ ହେବ। ପରୀକ୍ଷାରେ ପ୍ରଶ୍ନ ଉତ୍ତର ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କେଉଁ ପ୍ରଶ୍ନର ଉତର ଲେଖିବା ପାଇଁ କେତେ ସମୟ ଲାଗିବ ଏବଂ କେଉଁ ପ୍ରଶ୍ନର . ଉତର ପ୍ରଥମେ ଲେଖ୍ବା ଆବଶ୍ୟକ ତାହା ଜାଣିବା ଦରକାର। ବିଶେଷକରି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀମାନଙ୍କର ସମୟ ଅଭାବ ହୁଏ ବୋଲି ଅଭିଯୋଗ ଆସେ ।
ଦୀର୍ଘ ଉତରମୂଳକ ପ୍ରଶ୍ନ ଓ ପ୍ରବନ୍ଧ ଲିଖନରେ ଅଧିକ ସମୟ ବିନିଯୋଗ ହୋଇଥାଏ। ସେଥିପ୍ରତି ସଚେତନ ହେବା ଜରୁରୀ। ପ୍ରଥମତଃ, ଆଜିକାଲି ପାଠ୍ୟକ୍ରମର ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କ ର ଧ୍ଯାନ କେନ୍ଦ୍ରୀଭୂତ ହୋଇପାରୁନି। ପାଠ୍ୟକ୍ରମ ଅନୁଯାୟୀ ପ୍ରତ୍ଯେକ ଏକକଗୁଡ଼ିକର ଅମୁଳଚୁଳ ଅଧ୍ୟୟନର ଆବଶ୍ୟକତା ରହିଛି। ଦିତୀୟତଃ, ମୁଖ୍ୟ ବିଷୟ ଯଥା ଗଣିତ, ଇଂରାଜୀ, ବିଜ୍ଞାନ ବିଷୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟ ବିଷୟଗୁଡ଼ିକ ପ୍ରଥମ ଭାଷା, ତୃତୀୟ ଭାଷା, ସାମାଜିକ ବିଜ୍ଞାନ ବିଷଯକୁ ଅଣଦେଖା କରୁଛନ୍ତି। ଆମର ମନେ ରଖିବା ଉଚିତ ପ୍ରତି ବିଷୟର ପୂର୍ଣ୍ଣ ସଂଖ୍ୟା ୧୦୦। ତେଣୁ ସବୁ ବିଷୟ ପ୍ରତି ଛାତ୍ରଛାତ୍ରୀମାନଙ୍କର ଗୁରୂତ୍ୱ ରହିବା ଆବଶ୍ୟକ । ତୃତୀୟତଃ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ପାଠ୍ୟକ୍ରମ ସାରିବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ପୁନଃସମୀକ୍ଷା ଉପରେ ସେତେ ଆଗ୍ରହ ପ୍ରକାଶ କରି ନ ଥାନ୍ତି। ପୁନଃ ସମୀକ୍ଷା ଓ ଅଭ୍ୟାସ ଆମ୍ବିଶ୍ୱାସ ଆଣିବାରେ ସକ୍ଷମ ହୋଇ ପାରିବ। ଆତ୍ମବିଶ୍ୱାସ ଜଡ଼ିତ ଅଧ୍ୟୟନ ପରୀକ୍ଷା ପାଇଁ ମଲ୍ଭିଟାମିନ ଭଳିକାମ କରେ। କିନ୍ତୁ ଅତ୍ୟଧିକ ଆତ୍ମବିଶ୍ୱାସ ବୁମେରାଂ ହୋଇଥାଏ।ସର୍ବୋପରି ଚାପମୁକ୍ତ ହୋଇ ପରୀକ୍ଷା ଦେବା ବାଞ୍ଛନିୟ ।










