31.1 C
Bhubaneswar
Thursday, March 19, 2026
Homeଓଡିଶାଏଣିକି ସହଜରେ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍

ଏଣିକି ସହଜରେ ବିକ୍ରି ହୋଇପାରିବ ପାର୍ଟ ପ୍ଲଟ୍

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ଦିନ ହେଲା ପାର୍ଟ ପ୍ଲଟ୍ ବିକ୍ରି ଉପରେ ଲାଗିଥିବା କଟକଣା ହଟିଛି। ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି। ଖାଲି ପାର୍ଟ ପ୍ଲଟ୍ ନୁହେଁ, ଚାଷ ଜମି ବିକ୍ରି ଉପରୁ ମଧ୍ୟ କଟକଣା ହଟେଇ ଦେଇଛନ୍ତି ସରକାର। ଭାଇ ଭାଇଙ୍କ ଭିତରେ ଜାଗା ବଣ୍ଟାହେଲେ ଆଉ ସବ୍‌ଡିଭିଜନ୍ ଲେ-ଆଉଟ୍ ଦରକାର ପଡ଼ିବ ନାହିଁ। ପୂର୍ବରୁ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିବା ଦ୍ୱାରା ଲୋକଙ୍କ ଜୀବନ ଧାରା ସହଜ ଓ ସରଳ ହୋଇଛି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସୂଚନା ଅନୁସାରେ, ରାଜ୍ୟ ସରକାର ଓଡ଼ିଏ ଦ୍ୱିତୀୟ ସଂଶୋଧନ ନିୟମ ୨୦୨୫ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଖାଲି ପାର୍ଟ ପ୍ଲଟ୍ ନୁହେଁ, ଚାଷ ଜମି ବିକ୍ରି ଉପରୁ ମଧ୍ୟ କଟକଣା ହଟିଛି। ଏଣିକି ସବୁ ଚାଷ ଜମି ବିକ୍ରି ହୋଇପାରିବ। କିନ୍ତୁ ଏହାକୁ କେବଳ ଚାଷ କରିବା ଉଦ୍ଦେଶ୍ୟରେ ବ୍ୟବହାର ହେବ। ଏହା ସହିତ ପରିବାର ଭିତରେ ବା ଭାଇ-ଭାଇ ଭିତରେ ଜାଗା ବଣ୍ଟା ହେଲେ ଆଉ ସବ୍‌ଡିଭିଜନ୍ ଲେ-ଆଉଟ ଦରକାର ପଡ଼ିବନାହିଁ। ସଂଶୋଧିତ ବିଜ୍ଞପ୍ତି ଅନୁସାରେ, ଏଣିକି ଥରକରେ ୫୦୦ ବର୍ଗ ମିଟର ବା ୫୩୮୨ ବର୍ଗଫୁଟ୍‌ରୁ କମ୍ ଜାଗାକୁ ବିକ୍ରି କରିହେବ। ଏଥିପାଇଁ କୌଣସି ଲେ-ଆଉଟ୍ ଅନୁମୋଦନ ଦରକାର ପଡ଼ିବନାହିଁ। ଯଦି ଜଣେ ୨୦ ହଜାର ବର୍ଗଫୁଟ୍ ଜାଗାରୁ ଏକ ସବ୍ ପ୍ଲଟ୍ ବା ୫୩୮୨ ବର୍ଗଫୁଟରୁ କମ୍ ଜାଗା ବିକ୍ରି କରିବାକୁ ଚାହୁଁଛି, ତେବେ ତାଙ୍କୁ ସେଥିପାଇଁ ଲେ-ଆଉଟ୍ ଅନୁମୋଦନ ଦରକାର ପଡ଼ିବ ନାହିଁ। ପ୍ରଥମଥର ବା ଗୋଟିଏ ଥର ଜମି ବିକ୍ରି ପାଇଁ ଏହି କଟକଣା କୋହଳ ହେବ। କିନ୍ତୁ ପରେ ବାକି ଜାଗା ବିକ୍ରି କରିବାକୁ ଚାହିଁଲେ ଲେ-ଆଉଟ୍ ଅନୁମୋଦନ ଆଣିବାକୁ ହେବ। ପୂର୍ବରୁ ଚାଷ ଜମି ବିକ୍ରି କରିବାକୁ ଲୋକେ ନାକେଦମ ହେଉଥିଲେ। ବିଡିଏର କଟକଣା ଯୋଗୁ ସବ୍‌ରେଜିଷ୍ଟ୍ରାର୍ ଚାଷ ଜମି ବିକ୍ରିକୁ ଅନୁମତି ଦେଉନଥିଲେ। ଏବେ ଏହି ନିୟମରେ ସଂଶୋଧନ ଆସିଛି। କିନ୍ତୁ ଏହାକୁ ଘର କରିବା ବା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିହେବ ନାହିଁ। ଚାଷ ଜମିର କିସମ ପରିବର୍ତ୍ତନ କରି ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଚାହିଁଲେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ଆବେଦନ କରିବାକୁ ହେବ। ସେହିପରି ଗୋଟିଏ ଜାଗାକୁ ଯଦି ୫ ଜଣ କିଣିଥିବେ ଓ ସେହି ଜାଗା ୫୦୦ ବର୍ଗ ମିଟରରୁ କମ୍ ଥିବ ତାହା ଭାଗ ହୋଇପାରିବ। ଗ୍ରୁପ୍ ଅଫ୍ ପିପୁଲ୍ ବା କିଛି ଲୋକ ଏକାଠି ହୋଇ ଜାଗା ଭାଗ କରି ବିକ୍ରି କରିବାକୁ ଚାହୁଁଥିଲେ ସେହି ଜାଗାକୁ ବିକ୍ରି କରିପାରିବେ। କିନ୍ତୁ ଏହି ଜାଗା ୫୩୮୨ ବର୍ଗ ଫୁଟରୁ ଅଧିକ ହୋଇନଥିବା ଜରୁରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking