ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଟିମ୍ ୫ ଦିନ ଧରି ଚଳାଇଥିଲା ତଦନ୍ତ । ଏୟାରପୋର୍ଟ, ହସ୍ପିଟାଲ ଯାଇ କରିଥିଲା ତଦନ୍ତ । ବ୍ରଜରାଜନଗର ଥାନା ଯାଇ ବି ତଦନ୍ତ କରିଥିଲା । ଦୀପାଳି ଓ ବିଶାଳଙ୍କ ବୟାନ ରେକର୍ଡ କରିଥିଲା । ୧୪ ରୁ ୧୫ ଜଣଙ୍କ ବୟାନ ରେକର୍ଡ ହୋଇଛି । ଆବଶ୍ୟକ ହେଲେ ଆଉ କିଛି ଲୋକଙ୍କୁ ପଚରାଉଚରା କରାଯିବ । ଏବେ ଗୋପାଳଙ୍କୁ କରାଯାଇପାରେ ପଚରାଉଚରା । ଚୌଦ୍ୱାର ଜେଲ ଯାଇ ଜେରା କରିପାରେ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକଙ୍କ ସୂଚନା ।