ଭୁବନେଶ୍ୱର: ଏଣିକି ଆପାର୍ଟମେଣ୍ଟ କିଣା ବିକା ହେବ ସହଜ । ବର୍ତ୍ତମାନର ଅଧିନିୟମ ସତ୍ତ୍ୱେ ଯେଉଁ ସବୁ ଆପାର୍ଟମେଣ୍ଟଗୁଡିକ ୨୦୧୭ ଫେବୃଆରୀ ୨୫ ପୂର୍ବରୁ ସମ୍ପୂର୍ଣ ହୋଇଛି ସେହି ସବୁ ଆପାର୍ଟମେଣ୍ଟଗୁଡିକ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ସତ୍ୱେ ପଞ୍ଜିକରଣ ( ରେଜିଷ୍ଟ୍ରସନ ) କରାଯାଇପାରିବ । ଏ ନେଇ ଗୃହ ଓ ନଗର ଉନୟନ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଜୟ ପରିଚାଳନା ବିଭାଗକୁ ଅନୁରୋଧ କରାଯାଇଛି ।
ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୋଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି। ପୁରୁଣା ଆପାର୍ଟମେଣ୍ଟ କିଣା ବିକା କରିପାରିବେ । ଲୋକଙ୍କୁ ଜାଣି ଶୁଣି ହଇରାଣ କରିବା ପାଇଁ ବ୍ୟବସ୍ଥା ଥିଲା । ରେରା ଆଳରେ ଆପାର୍ଟମେଣ୍ଟ କିଣା ବିକାକୁ ଛନ୍ଦୀ ଦିଆଯାଉଥିଲା । ସରକାର ବହୁ ରାଜସ୍ବ ହରାଉଥିଲେ । ପାର୍ଟ ପ୍ଲଟ ପାଇଁ ରାଜସ୍ବ ଓ ଆଇନ ବିଭାଗ ସହ ବୈଠକ ସରିଛି । ନଗର ଉନ୍ନୟନ ସଚିବ ଡ୍ରାପ ପ୍ରପୋଜାଲ ଦେଇସାରିଛନ୍ତି ଖୁବ ଶୀଘ୍ର ସମସ୍ୟା ର ସମାଧାନ ହେବ । ଭୁବେନେଶ୍ୱର ଏକ ବେଟେର ସହର ହେବ, ପୁରୀ, କଟକ, ଭୁବେନେଶ୍ୱରକୁ ନେଇ ଟ୍ରାଏ ସିଟି ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।