25 C
Bhubaneswar
Sunday, April 13, 2025
Homeଅପରାଧଏନକାଉଣ୍ଟରେ କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର

ଏନକାଉଣ୍ଟରେ କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର

ଅନୁଗୁଳ: ଅନୁଗୁଳରେ ପୁଣି ଏନକାଉଣ୍ଟର । ପୋଲିସ ଗୁଳିରେ କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର ହୋଇଛି । ଟାଉନ ଥାନା କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚାରେ ହୋଇଛି ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ କୁରୁଡ଼ୋଲ ହନୁମାନ ବାଟିକା ଆମ୍ବ ବଗିଚା ଠାରେ କ୍ଷୀରୋଦ ନାୟକ ଡକାୟତି ଯୋଜନା କରୁଥିବା ଖବର ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଏବଂ ସ୍ପେସାଲ ସ୍କ୍ୱାର୍ଡ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ ଉପରକୁ ୩ରାଉଣ୍ଡ ଗୁଳି ଚାଳନା କରିଥିଲା କ୍ଷୀରୋଦ । ପୋଲିସର ପାଲଟା ଜବାବରେ ତାର ଡାହାଣ ଗୋଡ଼ ରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କ୍ଷୀରୋଦ ଘର ଛେଣ୍ଡିପଦା ଅଞ୍ଚଳରେ । ପୂର୍ବରୁ ତା ନାଁରେ ଅନେକ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking