15.1 C
Bhubaneswar
Saturday, December 6, 2025
Homeଓଡିଶା୧୧ଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ବିଜ୍ଞପ୍ତି

୧୧ଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ବିଜ୍ଞପ୍ତି

ଭୁବନେଶ୍ୱର: ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।  ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ ( ଭିଜିଲାନ୍ସ ) କୋର୍ଟ ପ୍ରତିଷ୍ଠା ପାଇଁ ଆଜି ତା ୦୪. ୦୮. ୨୦୨୫ ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏତଦବ୍ୟତୀତ ପୁରୀ ଜିଲ୍ଲାର ପିପିଲି, ନୟାଗଡ଼ ଜିଲ୍ଲାର ରଣପୁର, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଅନୁଗୁଳ ଜିଲ୍ଲାର ତାଳଚେର, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କଟକ ଜିଲ୍ଲାର ବାଙ୍କି ଓ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking