24.1 C
Bhubaneswar
Tuesday, February 10, 2026
Homeଓଡିଶା୬୦୨୫ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

୬୦୨୫ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ବିଜେପି ସରକାରରେ ସୁନିଶ୍ଚିତ ହେଉଛି ଗୁଣାତ୍ମକ ଶିକ୍ଷାଦାନ। ସଫଳତାର ସହ ୧୬୦୦୯ କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ସୃଷ୍ଟି ହୋଇଥିବା ଲିଭ୍ ଟ୍ରେନିଂ ରିଜର୍ଭ (ଏଲ୍‌ଟିଆର) ପୋଷ୍ଟ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ୬୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ପ୍ରକ୍ରିୟାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପରିଚାଳନା କରିବ। ୬ ୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି। ସେଥିମଧ୍ୟରୁ ପିସିଏମ(ବିଜ୍ଞାନ)ର ୧୦୨୦, ସିବିଜେଡ୍‌(ବିଜ୍ଞାନ) ବର୍ଗର ୮୮୦ଟି ପଦ ରହିଛି। ସେହିପରି ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ, ୬ ତେଲୁଗୁ, ୬୮୧ ପିଇଟି ଏବଂ ୧୪ଟି ଊର୍ଦ୍ଧ୍ୱ ଶିକ୍ଷକ ପଦ ରହିଛି। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking